ମଲ୍ୟାଶୁଣୀଙ୍କ ସପ୍ତସତୀ ଚଣ୍ଡୀ ମହାଯଂଜ୍ଞ ଉଦଯାପିତ

ବଡ଼ଚଣା: ବଡ଼ଚଣା ବ୍ଲକ କୁନ୍ଦଳ ପଞ୍ଚାୟତ ଗରଗାଲି ଗ୍ରାମର ଗ୍ରାମ ଦେବତୀ ମା’ ମଲ୍ୟାଶୁଣୀଙ୍କ ତିନିଦିନ ବ୍ୟାପି ସପ୍ତସତୀ ଚଣ୍ଡୀ ମହାଯଂଜ୍ଞ ଖୁବ ଆଡମ୍ବର ସହକାରେ ପାଳନ କରାଯାଇ ରାମ ନବମୀ ଦିନ ଉଦଯାପିତ ହୋଇଯାଇଛି । ଖବରରୁ ପ୍ରକାଶ ଯେ, ଉକ୍ତ ଗ୍ରାମର ପଶ୍ଚିମା ମୁଖୀ ଠାକୁରାଣୀ ଵା ଗ୍ରାମ ଦେବତୀ ମା’ମଲ୍ୟାଶୁଣୀଙ୍କ ଚଣ୍ଡୀ ମହାଯଂଜ୍ଞ ଗତ ୨୭ ତାରିଖ ଠାରୁ ଆରମ୍ଭ ହୋଇ ୩୦ରେ ଉଦଯାପିତ ହୋଇଯାଇଛି । ମା’ଙ୍କର ଏହି ତିନି ଦିନ ଯଂଜ୍ଞରେ ପ୍ରଥମ ଦିନରେ ଅର୍ଥାତ ୨୭ ତାରିଖ ଦିନ କଳସ ବୁଡ଼ା କାର୍ଯ୍ୟକ୍ରମ କରାଯାଇଥିଲା । କଳସ ବୁଡ଼ା ହୋଇ ସାରିଲା ପରେ ମାଙ୍କ ପୀଠରେ ଆସି ସ୍ଥାପନ କରାଯାଇଥିଲା । ପର ଦିନ ଅର୍ଥାତ ୨୮ ତାରିଖ ଦିନ ସକାଳୁ ପ୍ରଥମେ ସୂର୍ଯ୍ୟଙ୍କ ପୂଜା, ଗୋ ପୂଜା କରାଯିବା ପରେ ଯଂଜ୍ଞ କୁଣ୍ଡରେ ଆସି ଅଗ୍ନି ପଡିଥିଲା । ତାପରେ ମାଙ୍କ ମହାସପ୍ତମୀ ପୂଜା ଆରମ୍ଭ ହୋଇଥିଲା । ଦ୍ୱିତୀୟ ଦିନ ମାଙ୍କ ମହାଷ୍ଟମୀ ପୂଜା ଓ ଶେଷ ଦିନ ମହା ନବମୀ ପୂଜା ସହ ପୂର୍ଣ୍ଣାହୂତି ହୋଇଥିଲା । ପ୍ରତ୍ୟେକ ଦିନ ମା’ଙ୍କୁ ବିଭିନ୍ନ ବେଶରେ ସଜାଇ ଦିଆଯାଇଥାଏ । ଗ୍ରାମର ସୁଧୀର ଚନ୍ଦ୍ର ସାମଲ ଓ ତାଙ୍କ ପତ୍ନୀ ପ୍ରତିମା ସାମଲ କର୍ତ୍ତା ଭାବେ ଏହି ତିନି ଦିନ ଯଂଜ୍ଞରେ ଯୋଗ ଦେଇଥିଲେ । ମା’ଙ୍କର ଏହି ତିନି ଦିନ ଯଂଜ୍ଞ ଦେଖିବା ପାଇଁ କାହିଁ କେତେ ଦୂରରୁ ଭକ୍ତ ମାନଙ୍କ ଭିଡ ଜମିଥାଏ । ପ୍ରତ୍ୟେକ ଦିନ ମା’ଙ୍କ ପାଖରେ ପ୍ରସାଦ ସେବନ ମଧ୍ୟ ହୋଇଥାଏ । ଏହି ଯଂଜ୍ଞରେ ଅନୁଷ୍ଠାନ ପକ୍ଷରୁ ପ୍ରତ୍ୟେକ ଦିନ ସନ୍ଧ୍ୟା ବେଳେ ଭଜନ କୀର୍ତ୍ତନ କାର୍ଯ୍ୟକ୍ରମ ହୋଇଥାଏ । ଅଷ୍ଟମୀ ଓ ନବମୀ ଦିନ ଉକ୍ତ ଗ୍ରାମର ଯୁବଙ୍କ ମାନଙ୍କ ଦ୍ୱାରା ଦୁଇ ଦିନ ବ୍ୟାପି ନାଟକ “ଲୁହରେ ଲେଖିଛି ନୂଆ କାହାଣୀ” ଓ “ଭଲ ମଣିଷକୁ ବଞ୍ଚିବା ମନା” ମଞ୍ଚସ୍ଥ କରାଯାଇଥିଲା । ଏହି ତିନି ଦିନ ସପ୍ତସତୀ ଚଣ୍ଡୀ ମହାଯଂଜ୍ଞକୁ ଅନୁଷ୍ଠାନ ପକ୍ଷରୁ ଖୁବ ସୁରୁଖୁରୁ ଭାବେ ସପନ୍ନ କରାଯାଇଥିଵା ବେଳେ ବିଶ୍ୱର କଲ୍ୟାଣ ନିମନ୍ତେ ମା’ଙ୍କ ପାଖରେ ପ୍ରାର୍ଥନା କରିଥିଲେ ।

Leave A Reply

Your email address will not be published.