ବିଶ୍ୱ ଜନସଂଖ୍ୟା ଠାରୁ ବଢିଗଲା ମୋବାଇଲ ସଂଖ୍ୟା

  • ମୋଟୋରୋଲା ଆଣିଥିଲା ପ୍ରଥମ ମୋବାଇଲ, ହେଲେ ବଜାରରେ ରାଜ୍ କଲା ନୋକିଆ
  • ୧୯୪୭ରେ ମୋବାଇଲର ଓଜନ ଥିଲା ୩୬ କିଲୋ

ମୋବାଇଲ ଏବେ ମାନବସମାଜ ପାଇଁ ଏକ ଅବିଚ୍ଛେଦ ଅଙ୍ଗ ହୋଇସାରିଛି । ସକାଳୁ ଉଠିବା ଠାରୁ ପୁଣି ରାତିରେ ଶୋଇବାକୁ ଯିବା ପର୍ଯ୍ୟନ୍ତ ମଣିଷର ସାଥୀ ସାଜିଛି ମୋବାଇଲ   । ଏହା କେବଳ ସଉକ ପୁରୁଣ କରୁନାହିଁ ବରଂ ଆମେ ଦୈନଦିନ ଜୀବନରେ କରୁଥିବା କାମଗୁଡିକୁ ସହଜ ଓ ହାଲକା ମଧ୍ୟ କରିଦେଉଛି । ଏସବୁ ଭିତରେ ଇଣ୍ଟର ନ୍ୟାସନାଲ ଟେଲି କମ୍ୟୁନିକେସନ ୟୁନିୟନ ବା ଆଇଟିୟୁ ତରଫରୁ ଜାରି କରାଯାଇଥିବା ଏକ ସୂଚନା ଏବେ ବିଶ୍ୱବାସୀଙ୍କୁ ପୁଣିଥରେ ଭାବିବାକୁ ବାଧ୍ୟ କରିଦେଇଛି । ଆଇଟିୟୁ ର ସୂଚାନ ମୁତାବକ ଏବେ ବିଶ୍ୱର ଜନସଂଖ୍ୟା ତୁଳନାରେ ମୋବାଇଲ ସଂଖ୍ୟା ଅଧିକ ।

୧୯୭୩ ମସିହାରେ ପ୍ରଥମଥର ପାଇଁ ମୋଟୋରୋଲା କମ୍ପାନୀର କର୍ମଚାରୀ ମାର୍ଟିନ୍ କୁପର ମୋବାଇଲ ଫୋନ ପ୍ରସ୍ତୁତ କରିଥିଲେ । ଏହି ଫୋନର ଓଜନ ୨ କିଲୋଗ୍ରାମ ଥିଲା । ହେଲେ ସେତେବେଳେ ମାର୍ଟିନ୍ କୁପର ଚିନ୍ତା କରିନଥିଲେ କି ଏହି ଡିଭାଇସ ଭବିଷ୍ୟତରେ ଏତେ ପରିମାଣରେ ବିକ୍ରି ହେବ ଓ ଏହା ବିଶ୍ୱର ଜନସଂଖ୍ୟା ଠାରୁ ଅଧିକ ହୋଇଯିବ ।

ଆଇଟିୟୁର ସୂଚନା ମୂୁତାବକ ୨୦୨୨ ମସିହା ଶେଷ ସୁଦ୍ଧା ବିଶ୍ୱରେ ୮.୫୯ ଆରବ ମୋବାଇଲ ଫୋନ ରହିଛି । ସେପଟେ ସଂଯୁକ୍ତ ରାଷ୍ଟ୍ର ମୁତାବକ ୨୦୨୨ ଶେଷ ସୁଦ୍ଧା ବିଶ୍ୱର ଜନସଂଖ୍ୟା ୭.୯୫ ଆରବ ରହିଥିଲା । ଅର୍ଥାତ ବିଶ୍ୱରେ ଯେତେ ମଣିଷ ନାହାଁନ୍ତି ସେହି ତୁଳନାରେ ମୋବାଇଲ ସଂଖ୍ୟା ଅଧିକ । ଆଇଟିୟୁ ମୁତାବକ ବିଶ୍ୱରେ ପ୍ରତି ୧୦୦ ଜଣ ଲୋକଙ୍କ ପାଖରେ ୧୧୦ଟି ମୋବାଇଲ ରହିଛି । ଅର୍ଥାତ ଅନେକ ଲୋକ ଏଭଳି ରହିଛନ୍ତି କି ଯେଉଁମାନେ ଗୋଟିଏରୁ ଅଧିକ ମୋବାଇଲ ବ୍ୟବହାର କରୁଛନ୍ତି ।

ଆଇଟିୟୁ ମୁତାବକ ବିଶ୍ୱର ୪.୮୧ ଆରବ ଲୋକଙ୍କ ପାଖରେ ନିଜର ମୋବାଇଲ ରହିଛି । ୫.୨୮ ଆରବରୁ ଅଧିକ ଲୋକ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି । ବିଶ୍ୱର ୮୨ ପ୍ରତିଶତ ସହରୀ ଲୋକ ଓ ୪୬ ପ୍ରତିଶତ ଗ୍ରାମାଞ୍ଚଳ ଲୋକେ ଇଣ୍ଟରନେଟ୍ ବ୍ୟବାହାର କରୁଛନ୍ତି । ବିଶ୍ୱରେ ୬୩ ପ୍ରତିଶତ ମହିଳା ଓ ୭୦ ପ୍ରତିଶତ ପୁରୁଷ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି । ୧୫ରୁ ୨୪ ବର୍ଷ ବୟସ୍କ ଲୋକଙ୍କ ମଧ୍ୟରେ ୭୫ ପ୍ରତିଶତ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି । ସେପଟେ ୨୦୨୬ ସୁଦ୍ଧା ବିଶ୍ୱରେ ୭.୫୧ ଆରବରୁ ଅଧିକ ଲୋକ ସ୍ମାର୍ଟଫୋନ ବ୍ୟବହାର କରୁଥିବେ ବୋଲି ଆକଳନ କରାଯାଇଛି ।

ଯଦି ଆମେ ମୋବାଇଲ ଫୋନର ଇତିହାସ ବାବଦରେ ଆଲୋଚନା କରିବା ତେବେ ପ୍ରଥମଥର ପାଇଁ ୧୯୪୭ ମସିହାରେ ନୋକିଆ ମାଲିକାନାରେ ଆମେରିକାର କମ୍ପାନୀ ବେଲ ଲ୍ୟାବ୍ସ ତରଫରୁ ଏକ ଫୋନ ପ୍ରସ୍ତୁତ କରାଯାଇଥିଲା । ଏହା ବିଶ୍ୱର ପ୍ରଥମ ୱିଆରଲେସ ଫୋନ ଥିଲା । ଏହି ଫୋନର ଓଜନ ୩୬ କିଲୋ ଥିଲା ଓ ଏହାକୁ କାରରେ ଫିଟ୍ କରାଯାଇପାରୁଥିଲା । ଏହାକୁ କାନ ଫୋନ ନାମରେ ନାମିତ କରାଯାଇଥିଲା ।

ହେଲେ ୧୯୮୩ ମସିହାରେ ପ୍ରଥମ ଡାଇନାଟାସ ନାମରେ ଡିଭାଇସ୍ ବଜାରକୁ ଆସିଥିଲା । ଏହି ଡିଭାଇସର ଓଜନ ୭୯୦ ଗ୍ରାମ ଥିଲା । ଏହି ମୋବାଇଲର ବ୍ୟାଟେରୀ ଫୁଲ ଚାର୍ଜ ହେବା ପାଇଁ ୧୦ ଘଂଟା ସମୟ ଲାଗୁଥିଲା । ଫୁଲ ଚାର୍ଜ ହେବା ପରେ ଏହା ମାତ୍ର ୩୫ ମିନିଟ୍ କଥା ହେବା ପରେ ଚାର୍ଜ ସମାପ୍ତ ହୋଇଯାଉଥିଲା । ଏହାର ଦାମ ସେତେବେଳେ ୩.୩୯୦ ଡଲାର ଥିଲ । ଆଜିର ମୂଲ୍ୟକୁ ହିସାବ କଲେ ଏବେ ଏହାର ମୁଲ୍ୟ ୩.୨୮ ଲକ୍ଷ ଟଙ୍କା ।

ଗୋଟିଏ ପଟେ ପ୍ରଥମ ମୋବାଇଲ ଫୋନ ମୋଟୋରୋଲା ପ୍ରସ୍ତୁତ କରିଥିଲେ ବି ବଜାରରେ ରାଜ୍ କରିଥିଲା ନୋକିଆ ମୋବାଇଲ । ନୋକିଆ ଫୋନ ଘରେ ଘରେ ବେଶ୍ ପରିଚିତ ହୋଇଥିଲା    । ହେଲେ ସ୍ମାର୍ଟ ଫୋନ ଆସିବା ପରେ ନୋକିଆର ରାଜ୍ ସମାପ୍ତ ହୋଇଯାଇଥିଲା ।

Leave A Reply

Your email address will not be published.