mobile header

ଚିତ୍ରକୋଣ୍ଡା ବ୍ଲକ ଜିଲ୍ଲା ପରିଷଦ ଜୋନ ୨ରେ ୧୦ଟି ଗ୍ରାମ ପଞ୍ଚାୟତର ବିଜେଡି ସକ୍ରିୟ କର୍ମକର୍ତ୍ତାଙ୍କୁ ନୂତନ ୱାର୍ଡ କମିଟି ଓ ବୁଥ କମିଟି ଗଠନ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଜିଲ୍ଲା ପରିଷଦ ଜୋନ ୨ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳ ର ହନ୍ତାଳଗୁଡା ଠାରେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ନୂତନ ୱାର୍ଡ କମିଟି ଓ ବୁଥ କମିଟିକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚିତ୍ରକୋଣ୍ଡା ବ୍ଲକ ଜିଲ୍ଲା ପରିଷଦ ଜୋନ ୨ର ୧୦ଟି ଗ୍ରାମ ପଞ୍ଚାୟତ ରାଳେଗାଡ଼ା, ପାପେରମେଟଲା, ବଡପଦର, ବଡପଡା, ପଣସପୁଟ, ଧୂଳିପୁଟ, ଜଡ଼ାମ୍ବ, ଗଜାଲମାମୁଡ଼ି, ଅଣ୍ଡରାପାଲ ଓ ଯନ୍ତ୍ରୀ ଗ୍ରାମ ପଞ୍ଚାୟତର ସମସ୍ତ ବିଜୁ ଜନତା ଦଳର ସକ୍ରିୟ କର୍ମକର୍ତ୍ତା ଯୋଗ ଦେଇଥିଲେ । ଏହି ବୈଠକରେ ଚିତ୍ରକୋଣ୍ଡା ବ୍ଲକ ଜିଲ୍ଲା ପରିଷଦ ଜୋନ ୨ର ସଂଯୋଜକ ତଥା ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ବରିଷ୍ଠ ନେତା ଉଦୟ ନାଥ ମାଦ୍ରୀ ଆଜି ୧୦ଟି ଗ୍ରାମ ପଞ୍ଚାୟତର ସମସ୍ତ ସକ୍ରିୟ ବିଜୁ ଜନତା ଦଳର ପଞ୍ଚାୟତସ୍ତରର କର୍ମକର୍ତ୍ତାଙ୍କୁ ସାକ୍ଷାତ କରି ଗ୍ରାମ ପଞ୍ଚାୟତର ସମସ୍ତ ୱାର୍ଡ ସ୍ତରରେ ନୂତନ ୱାର୍ଡ କମିଟି ଓ ବୁଥ କମିଟି କରି ଆଗାମୀ ନିର୍ବାଚନରେ କିଭଳି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରି ବିଜେଡି ସଙ୍ଗଠନକୁ କିଭଳି ମଜବୁତ କରି ହେବ ସମସ୍ତ ପଞ୍ଚାୟତ କର୍ମକତ୍ତାଙ୍କୁ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଛନ୍ତି । ଏହି ବୈଠକରେ ମାଲକାନଗିରି ଜିଲ୍ଲା ସହ ପର୍ଯ୍ୟବେକ୍ଷକ ସାମୁଏଲ୍ ନାୟକ ଓ ଚିତ୍ରକୋଣ୍ଡା ପର୍ଯ୍ୟବେକ୍ଷକ ରାଧା ବିନୋଦ ସାମନ୍ତରାୟ ଯୋଗ ଦେଇ ୧୦ଟି ଗ୍ରାମ ପଞ୍ଚାୟତର ସମସ୍ତ ସକ୍ରିୟ କର୍ମକାର୍ତ୍ତାଙ୍କ ସହ ଆଲୋଚନା କରି ସେମାନଙ୍କୁ ଉତ୍ସାହ କରିବା ସହ ଆଗାମୀ ରଣନୀତି ପ୍ରସ୍ତୁତ କରିଛନ୍ତି । ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ ଓ ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ଖିଲ ଯୋଗ ଦେଇ ମା ମାନଙ୍କୁ ଦଳର ଆଗ ଧାଡିରେ ରହି କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିଥିଲେ । ଆଜିର ୱାର୍ଡ କମିଟି ଓ ବୁଥ କମିଟି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ନେତା ପିତାମ୍ବର ଖେମୁଡୁ, ଅମିତ ଅଗ୍ରୱାଲ ଓ କମୁଲୁ ହନ୍ତାଳ ପ୍ରମୂଖଙ୍କ ସହ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ ।

Leave A Reply

Your email address will not be published.