ପୋଲିସ ପଞ୍ଝାରେ ୨ ଦୁର୍ଦ୍ଦାନ୍ତ ଅପରାଧୀ, ମାଉଜର ଜବତ

କଟକ, (ନୃସିଂହ ଚରଣ ଦାସ): କଟକ ଜିଲ୍ଲା ଭଦ୍ରେଶ୍ୱର ଥାନା ପୋଲିସକୁ ମିଳିଛି ସଫଳତା। ଦୁଇଜଣ ଅଭ୍ୟାସଗତ ଅପରାଧୀ ଅପରାଧ ଯୋଜନା କରୁଥିବା ସମୟରେ ପୋଲିସ ପାଟ୍ରୋଲିଂ ଗାଡି ଗୋଡାଇ ଗୋଡ଼ାଇ ତାଙ୍କୁ କାବୁ କରିବାରେ ସଫଳ ହୋଇଛି। ସେମାନଙ୍କ ଠାରୁ ଗୋଟିଏ ମାଉଜର, ୪ଟି ଜୀବନ୍ତ ଗୁଳି, ଗୋଟିଏ ଭୁଜାଲି ଓ ବାଇକ ଜବତ ହୋଇଛି। ସେମାନେ ହେଲେ ସ୍ଥାନୀୟ ଗୋପାଳପୁର ଅଞ୍ଚଳର ଏସ କେ ବସର ଅଲ୍ଲୀ ଓ କେନ୍ଦ୍ରାପଡ଼ା ସଦର ଅଞ୍ଚଳର ଚାନୁ ଖାନ। ଏହି ଦୁଇଜଣଙ୍କ ନାଁରେ କେନ୍ଦ୍ରାପଡ଼ା, କଟକ ଓ ଯାଜପୁର ଅଞ୍ଚଳର ବହୁ ଥାନାରେ ବିଭିନ୍ନ ଅପରାଧିକ ମାମଲା ରହିଛି। ଏନେଇ ଭଦ୍ରେଶ୍ୱର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ସାଲେପୁର ଏସଡପିଓ ବିମଳ ବାରିକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.