ଆଶ୍ଚର୍ଯ୍ୟ: ଦିନିକିଆରେ ବୋଲର ପକାଇଲେ ୧୧ ଓଭର, ଅମ୍ପାୟାର ବି ଜାଣିପାରିଲେନି

ନୂଆଦିଲ୍ଲୀ: ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଜଣେ ବୋଲର ନିଜର ୧୦ ଓଭର କୋଟା ବାଦ ଆଉ ଏକ ଅତିରିକ୍ତ ଓଭର ପକାଇଦେଇଛନ୍ତି । ଏକଥା ଅମ୍ପାୟାର ବି ଜାଣିପାରିଲେନି । ଏହି ଘଟଣା ଘଟିଛି ଗତ ଶୁକ୍ରବାର ଦିନ ଶ୍ରୀଲଙ୍କାର ଗାଲେରେ ନ୍ୟୁଜିଲାଣ୍ଡ ମହିଳା ଓ ଶ୍ରୀଲଙ୍କା ମହିଳା ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ । ଉକ୍ତ ବୋଲର ଜଣକ ହେଲେ ଏଡେନ କାର୍ସନ ।

ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ମହିଳା ଦଳ ୩୨୯ ରନ କରିଥିଲା । ତାହାର ଜବାବରେ ଶ୍ରୀଲଙ୍କା ମାତ୍ର ୨୧୮ ରନ କରି ଅଲଆଉଟ ହୋଇଯାଇଥିଲା । ଶ୍ରୀଲଙ୍କା ବ୍ୟାଟିଂ ବେଳେ ନ୍ୟୁଜିଲାଣ୍ଡ ବୋଲର କାର୍ସନ ଅତିରିକ୍ତ ଗୋଟିଏ ଓଭର ପକାଇଥିଲେ ।

ଏକଥା ବୋଲର କିମ୍ବା ଅମ୍ପାୟାର ଏ ବିଷୟରେ ଜାଣି ପାରିନଥିଲେ । କାର୍ସନ୍ ନିଜର ୪୫ତମ ଓଭରରେ ନିଜ କୋଟାର ୧୦ମ ଭାଗ ପୂରଣ କରିଥିଲେ। ଏହି ସମୟରେ ସେ ୪୦ ରନ୍ ଦେଇ ୨ଟି ୱିକେଟ୍ ପାଇଥିଲେ। ତେବେ ଏହା ସତ୍ତ୍ୱେ ସେ ଆଉ ଏକ ଓଭର ପକାଇଥିଲେ । କାର୍ସନ୍ ନିଜ ୧୧ତମ ଓଭରରେ ୫-ଡଟ୍ ବଲ୍ ବୋଲିଂ କରି ମାତ୍ର ଗୋଟିଏ ରନ୍ ଦେଇଥିଲେ । ଏହାକୁ ୫୦ ଓଭର କ୍ରିକେଟ ଇତିହାସରେ ପ୍ରଥମ ବୋଲି କୁହାଯାଉଛି । ତେବେ ପୂର୍ବରୁ ୬୦ ଓଭର ବିଶିଷ୍ଟ ଦିନିକିଆ ମ୍ୟାଚ ବେଳେ ବୋଲରମାନେ ଅଧିକ ଓଭର ପକାଉଥିଲେ ।

Leave A Reply

Your email address will not be published.