ଆଦିବାସୀ ସଂଗଠନ ପକ୍ଷରୁ ବନ ମହୋତ୍ସବ

ଜଙ୍ଗଲର ସୁରକ୍ଷା ପାଇଁ ଦେଲେ ଆହ୍ବାନ

ଖୁଣ୍ଟା: ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଳକ ରାଣୀବନ୍ଧ ପଞ୍ଚାୟତ ଅଧିନ ଛୁରୁଣୀ ଗ୍ରାମର ଆଦିବାସୀ ସଂପ୍ରଦାୟର ଜାହିରା ପିଠରେ “ଖାରୱାର୍ଲ ଜାର୍ପା ସମିତି”, ଖୁଣ୍ଟା ଓ ସାଗେନ ସାରର୍ନା ପୁଆନ ଗାଓତା, ରାଣିବନ୍ଧ, ଆଦିବାସୀ ସଂଗଠନ ପକ୍ଷରୁ ୭୪ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମର ଅତିଥି ଭାବେ ସ୍ଵତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡା. ଦେବାଶିଷ ମାରାଣ୍ଡି, ପୂର୍ବତନ ବିଧାୟକ ଶ୍ରୀନାଥ ସରେନ, ରାଣୀବନ୍ଧ ସରପଞ୍ଚ ମମତା ଖଟୁଆ, ଖାରୱାର୍ଲ ଜାର୍ପା ସମିତିର ସଭାପତି ନିମାଏଁ ମୁର୍ମୁ ଉପଦେଷ୍ଟା ତଥା ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅମର ସିଂ ସରେନ, ସମ୍ପାଦକ ରବିନ୍ଦ୍ରନାଥ ହେମ୍ବ୍ରମ ପ୍ରମୁଖ ଯୋଗ ଦେଇ ଏହି ଦିବସ ପାଳନର ଉଦ୍ଧେଶ୍ଵ ଆଭିମୁଖ୍ୟ ସଂମ୍ପର୍କରେ ସୁଚାଇ ଥିଲେ । ଏବଂ ମଣିଷ ସମାଜ ଆଜି ପ୍ରଶ୍ନର ଦୋଛକିରେ ଛିଡ଼ା ହୋଇଛି, ଆର୍ଥିକ ପ୍ରଗତି ଆଗ ନା ପରିବେଶ ସୁରକ୍ଷା ଆଗ । ଏହି ପ୍ରଶ୍ନର ସମାଧାନରେ ହିଁ ଆମର ଅସ୍ତିତ୍ଵ । ଆଗ ବଞ୍ଚିଲେ ଯାଇ ପ୍ରଗତିର ମୂଲ୍ୟ ରହିଛି । ଏଣୁ ଏବେ ପରିବେଶ ଓ ବୃକ୍ଷ ଲତାକୁ ସୁରକ୍ଷା ଦେବା ଆମ୍ଭମାନଙ୍କ ପ୍ରାଥମିକତା ହେବା ନିତ୍ୟାନ୍ତ ଜରୁରୀ ହୋଇ ପଡ଼ିଛି । ଯାହା ଦ୍ଵାରା ପାଣିପାଗର ସନ୍ତୁଳ ବଜାଇ ରହିବା ସଙ୍ଗେ ସଙ୍ଗେ ଗ୍ଲବାଲ ୱାର୍ମିଂ ରୁ ମଧ୍ୟ ମୁକ୍ତି ମିଳିପାରିବ ବୋଲି ଅତିଥିଗଣ ଉପସ୍ଥିତ ଜନସାଧାରଣଙ୍କୁ ସୁଚାଇଥିଲେ । ଏହି ପରିପେକ୍ଷୀରେ ପୂଜକ ବା ମାଝୀ ହାଡ଼ାମ ସାଇବା ହେମ୍ବ୍ରମ ଜାହିରା ପିଠରେ ପୂଜା ଅର୍ଚ୍ଚନା କରି ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଜଙ୍ଗଲ ସୃଷ୍ଟି ନିମନ୍ତେ ସଂପୃକ୍ତ ପିଠରେ ୧୪୦ ଗୋଟି ବିଭିନ୍ନ ପ୍ରଜାତିର ବୃକ୍ଷରୋପଣ କରାଯାଇଥିଲା । ତତସହ ବୃକ୍ଷ ଓ ଜଙ୍ଗଲର ସୁରକ୍ଷା ନିମନ୍ତେ ଜନସାଧାରଣଙ୍କ ସହାୟତା ପାଇଁ ଆହ୍ବାନ ଦେଇଥିଲେ ଅତିଥିଗଣ ।

Leave A Reply

Your email address will not be published.