ମାଟ୍ରିକ ଟପ୍ପରଙ୍କୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଶିକ୍ଷା, ସ୍ବାଭିମାନ ଓ ତ୍ୟାଗ ମେଧାବୃତ୍ତି-୨୦୨୩ ପ୍ରଦାନ

ଭୁବନେଶ୍ବର: ସତ୍ୟ ସୁତାରଙ୍କ ତରଫରୁ ମାଟ୍ରିକ ଟପ୍ପରଙ୍କୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଶିକ୍ଷା, ସ୍ବାଭିମାନ ଓ ତ୍ୟାଗ ମେଧାବୃତ୍ତି ରବିବାର ପ୍ରଦାନ କରାଯାଇଛି । ଏଥିରେ ୨୦୨୩ର ମାଟ୍ରିକ ଟପ୍ପର ଶ୍ରେୟସୀ ଜେନାଙ୍କୁ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି । ମୁଖ୍ୟ ଅତିଥି ଭାବେ ବିଶିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ଧରଣୀଧର ନାୟକ ଯୋଗ ଦେଇ ସମାଜ ଗଠନରେ ଶିକ୍ଷାକୁ ଆଗେଇ ନେବାରେ ସତ୍ୟ ସୁତାରଙ୍କ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ରବି ଶର୍ମା ଯୋଗ ଦେଇ ତାଙ୍କ ବକ୍ତବ୍ୟରେ ଶିକ୍ଷା ହିଁ ସମାଧାନ ଉପରେ ଆଲୋକପାତ କରିଥିଲେ । ସମ୍ମାନୀୟା ଅତିଥି ଭାବେ ଶ୍ରୀମତି ନମ୍ରତା ଚଡ୍ଡା କହିଥିଲେ ଯେ, ଶିକ୍ଷା ସମାଜ ଗଠନର ଏକ ମହତ୍ବପୂର୍ଣ୍ଣ ଭୂମିକା ତୁଲାଇଥାଏ । ଶେଷରେ ସତ୍ୟ ସୁତାରଙ୍କ ଏଭଳି ପଦକ୍ଷେପ ଆଗାମୀ ଦିନରେ ଛାତ୍ର ଛାତ୍ରୀମାନଙ୍କୁ ଅନେକ ପ୍ରେରଣା ଦେବ ବୋଲି ଯୋଗ ଦେଇଥିବା ଅତିଥି ଗଣ କହିଥିଲେ । ଏହି କାର୍ଯ୍ୟକ୍ରମକୁ ଡ.ତ୍ରିଲୋଚନ ନାୟକ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.