ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିରଳ ଅସ୍ତ୍ରୋପଚାର: ବ୍ୟକ୍ତିଙ୍କ ପେଟରୁ ୨ କେଜିର ମାଂସ ପିଣ୍ଡୁଳା ବାହାରିଲା

ମାଲକାନଗିରି, ୪।୭: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଚିମିଟାପାଲ୍ଲୀ ଗ୍ରାମର ଶୁକ୍ରା ମୁଦୁଲି ନାମକ ଜଣେ ୫୫ ବର୍ଷୀୟ ବ୍ୟକ୍ତି ଦୀର୍ଘ ବର୍ଷ ହେଲା ପେଟ ଯନ୍ତ୍ରଣା ଭୋଗୁଥିଲୋ ଏଥିସହ ତାଙ୍କ ପେଟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥଇଲ।। ସେ ଅନେକ ଚେରମୂଳୀ ଔଷଧ ବ୍ୟବହାର କରୁଥିଲେ ମଧ୍ୟ ସେଥିରୁ ସଫଳ ହୋଇ ପାରି ନଥିଲୋ ଶେଷରେ ସେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେବାକୁ ଆସିଥିବା ବେଲେ ତାଙ୍କ ପେଟକୁ ସ୍କାନିଙ୍ଗ କରିବା ପରେ ପେଟରେ ଦୁଇଟି ମାଂସ ପିଣ୍ଡୁଳା ଥିବା ଡାକ୍ତର ସପନ କୁମାର ଦିଣ୍ଡା ଜାଣିବାକୁ ପାଇଥିଲୋ ତେବେ ଆଜି ଶ୍ରୀ ଶୁକ୍ରାଙ୍କ ଅସ୍ତ୍ରୋପଚାର କରି ପେଟରୁ ଗୋଟିଏ ୧୧୦୦ ଗ୍ରାମ ଓ ଅନ୍ୟଟି ୮୦୦ ଗ୍ରାମର ଦୁଇଟି ମାଂସ ପିଣ୍ଡୁଳା ବାହାର କରାଯାଇଥିଲ।। ତେବେ ବର୍ତମାନ ଶ୍ରୀ ଶୁକ୍ରା ଅସ୍ତ୍ରୋପଚାର ପରେ ସୁସ୍ଥ ଥିବା ଡାକ୍ତର ଦିଣ୍ଡା ପ୍ରକାଶ କରିଛନ୍ତି । ଏଥିପାଇଁ ଶ୍ରୀ ଶୁକ୍ରା ଡାକ୍ତର ଓ ତାଙ୍କ ସହ ଯୋଗୀ ମାନଙ୍କୁ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.