୮ ମାସର ଶିଶୁକନ୍ୟାକୁ ବିକି ଦେଲା ମାଆ

ଖୁଣ୍ଟା: ମାତ୍ର କିଛି ଟଙ୍କା ପାଇଁ ୮ ମାସର ଶିଶୁକନ୍ୟାକୁ ବିକ୍ରି କରିଦେଲା ଜନ୍ମ କଲା ମାଆ । ଏଭଳି ଏକ ସମ୍ବୋଧନଶୀଳ ଘଟଣା ଦେଖିବାକୁ ମିଳିଛି ଖୁଣ୍ଟା ଥାନା ଅଧିନ ମହୁଲିଆ ଗ୍ରାମରେ । ଶେଷରେ ମାଆ ସମେତ ଏହି ଘଟଣାର ମଧସ୍ଥି ସାଜିଥିବା ମହିଳା ଏବଂ ନାବାଳିକାକୁ କିଣିଥିବା ଦମ୍ପତ୍ତିଙ୍କୁ ଗିରଫ କରିଛି ପୋଲିସ । ଘଟଣାରୁ ପ୍ରକାଶ ଯେ, ଖୁଣ୍ଟା ଥାନା ଅଧିନ ମହୁଲିଆ ଗ୍ରାମର କାରମି ମୁର୍ମୁ ଏବଂ ମୁଷୁ ମୁର୍ମୁଙ୍କ ଗତ ୮ ମାସ ପୂର୍ବରୁ ଦ୍ଵିତୀୟ ସନ୍ତାନ ଜନ୍ମ ହୋଇଥିଲା । ପ୍ରଥମ ସନ୍ତାନ ଝିଅଟିଏ ହୋଇଥିବା ବେଳେ ଦ୍ଵିତୀୟ ସନ୍ତାନଟି ମଧ୍ୟ ଝିଅଟିଏ ହୋଇଥିଲା । ଦ୍ଵିତୀୟ ସନ୍ତାନ ଜନ୍ମ ହେବା ପରେ ବାପା ମୁଷୁ ମୁର୍ମୁ ପରିବାରର ପ୍ରତିପୋଷଣ ପାଇଁ ଅର୍ଥ ରୋଜଗାର ନିମନ୍ତେ ସୁଦୂର ତାମିଲନାଡୁକୁ ଚାଲି ଯାଇଥିଲେ । ତେବେ ଗତ କିଛି ଦିନ ପୂର୍ବେ ମୁଷୁ ଘରକୁ ଫେରିଥିଲେ । ଏବଂ ତାର ୯ ମାସର କୁନି ଝିଅକୁ ଘରେ ଖୋଜିଥିଲେ ମଧ୍ୟ ପାଇନଥିଲେ । ସ୍ତ୍ରୀଙ୍କୁ ଝିଅ ସଂମ୍ପର୍କରେ ପଚାରି ବୁଝିଥିବା ବେଳେ ଶିଶୁଟି ମରିଯାଇଥିବା ପ୍ରକାଶ କରିଥିଲେ । ତେବେ ଘଟଣାର ସଂନ୍ଦେହ ହେବାରୁ ସ୍ଵାମୀ ପାଖ ପଡେଶୀ ଓ ତାଙ୍କର ସମ୍ପର୍କୀୟଙ୍କୁ ଠାରୁ ପଚାରି ବୁଝିଥିଲେ । ଏବଂ ତାଙ୍କ ପତ୍ନୀ ଖୁଣ୍ଟା ଥାନା ବିପ୍ରଚରଣପୁର ଅଞ୍ଚଳର ଜଣେ ଦମ୍ପତିଙ୍କୁ ମାତ୍ର ୮ ଶହ ଟଙ୍କାରେ ଝିଅକୁ ବିକ୍ରି କରିଦେଇଥିବା ଜାଣିବାକୁ ପାଇଥିଲେ । ଯାହାକୁ ନେଇ ସେ ଖୁଣ୍ଟା ଥାନାରେ ଘଟଣା ସଂମ୍ପର୍କରେ ଅଭିଯୋଗ କରିଥିଲେ । ଅଭିଯୋଗ କମେ ଥାନାରେ ୧୭୮/ ୨୩ରେ ଏକ ମାମଲା ରୁଜ କରିବା ସହ ଘଟଣାର ତଦନ୍ତ ଜାରି ରଖିଥିଲା ପୋଲିସ । ଏବଂ ପୋଲିସ ଛୁଆକୁ କିଣିଥିବା ଦମ୍ପତି ସେହି ଥାନା ଅଧିନ ବିପ୍ରଚରଣପୁର ଗ୍ରାମର ଫୁଲମଣି ମାରାଣ୍ଡି ଏବଂ ଓକିଲ ଟୁଡୁକୁ ଗିରଫ କରିଛି । ଏହା ସହିତ ଏହି ବିକ୍ରିରେ ମଧ୍ୟସ୍ଥି ସାଜିଥିବା ମହିଳା ମାହି ମୁର୍ମୁଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଏବଂ ବିକ୍ରି ହୋଇଥିବା ୮ ମାସର ଶିଶୁକନ୍ୟାକୁ ଉଦ୍ଧାର କରିବା ସହ ବାପ ମୁଷୁଙ୍କୁ ହସ୍ତାନ୍ତର କରିଛି । ଏବଂ ଏହି ଘଟଣାର ଶିଶୁକନ୍ୟାର ମାଆ, ମଧ୍ୟସ୍ଥିଙ୍କ ସମେତ କନ୍ୟାଟିକୁ କିଣିଥିବା ଦମ୍ପତ୍ତିଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପ୍ରକାଶ କରିଛି ।

Leave A Reply

Your email address will not be published.