ପୁଅକୁ ହତ୍ୟା କରି ନଥିବା ଦାବି କଲେ ସିଇଓ ମା’ ସୂଚନା ସେଠ୍‌

ଜେରା ବେଳେ ସୂଚନା ତାଙ୍କ ପୁଅକୁ ହତ୍ୟା କରି ନଥିବା କହିଛନ୍ତି। ସୂଚନା ନିଦରୁ ଉଠିଲା ବେଳକୁ ପୁଅର ମୃତ୍ୟୁ ହୋଇ ସାରିଥିଲା।

ପାଣାଜୀ: ବେଙ୍ଗାଲୁରୁ ଭିତ୍ତିକ ଷ୍ଟାର୍ଟଅପ୍‌ ସିଇଓ ସୂଚନା ସେଠ୍‌ ନିଜର ୪ ବର୍ଷର ପୁଅକୁ ହତ୍ୟା କରି ନଥିବା କହିଛନ୍ତି। ଗୋଆର ଗୋଟିଏ ସର୍ଭିସ ଆପାର୍ଟମେଣ୍ଟରେ ସୂଚନା ନିଜ ପୁଅକୁ ମାରିବା ପରେ ମୃତଦେହକୁ ଗୋଟିଏ ବ୍ୟାଗରେ ଭର୍ତ୍ତି ବେଙ୍ଗାଲୁରୁ ନେବାକୁ ଚେଷ୍ଟା କରୁଥିଲେ। କିନ୍ତୁ ପୁଲିସ ତାଙ୍କୁ ବେଶ ସତର୍କତାର ସହ କର୍ଣ୍ଣାଟକାର ଚିତ୍ରଦୁର୍ଗରୁ ଗିରଫ କରିଥିଲା। ଗିରଫ ପରେ କୋର୍ଟ ସୂଚନାଙ୍କୁ ୬ ଦିନିଆ ପୁଲିସ ରିମାଣ୍ତରେ ଛାଡ଼ିଛନ୍ତି।

କାଲି ଠାରୁ ପୁଲିସ ତାଙ୍କୁ ଜେରା କରୁଥିବା ବେଳେ ଏବେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଜେରା ବେଳେ ସୂଚନା ତାଙ୍କ ପୁଅକୁ ହତ୍ୟା କରି ନଥିବା କହିଛନ୍ତି। ସୂଚନା ନିଦରୁ ଉଠିଲା ବେଳକୁ ପୁଅର ମୃତ୍ୟୁ ହୋଇ ସାରିଥିଲା। ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି, “ଜେରା ବେଳେ ଅଭିଯୁକ୍ତ ଜଣଙ୍କ କହିଛନ୍ତି ଯେ ସେ ତାଙ୍କ ପୁଅକୁ ମାରିବା ପାଇଁ ଆଦୌ ଯୋଜନା କରି ନଥିଲେ। ପୁଅକୁ ସେ ବହୁତ ଭଲ ପାଉଥିଲେ। କିନ୍ତୁ ହଠାତ ପୁଅର ମୃତ୍ୟୁ ହୋଇ ଯାଇଥିଲା।

ପୁଅର ମୃତ୍ୟୁ ହୋଇଥିବା ଜାଣିବା ପରେ ସେ ଶବ ପାଖରେ କିଛି ସମୟ ବସି ରହିଥିଲେ। ସେ ପୂରା ଡରି ଯାଇଥିଲେ। ପୁଅର ମୃତ୍ୟୁ ହୋଇଥିବା ଜାଣିବା ପରେ ସେ ନିଜର ବାମ ହାତର ରିଷ୍ଟ ମଧ୍ୟ କାଟିବାକୁ ଚେଷ୍ଟା କରିଥିଲେ। ହେଲେ ସେ ଜୀବନ ହାରିବାକୁ ସାହାସ ଦେଖାଇ ପାରି ନଥିଲେ ବୋଲି ଆମକୁ କହିଛନ୍ତି।”

ପ୍ରାଥମିକ ଅବସ୍ଥାରେ ପୁଲିସକୁ ସୂଚନା ବିଭ୍ରାନ୍ତ କରିବା ପାଇଁ ପୁଅ ମାରଗାଓ ସହରରେ ଜଣେ ସାଙ୍ଗ ପାଖରେ ଥିବା କହିଥିଲେ। ଏ ସମ୍ପର୍କରେ ଅଧିକାରୀ ଜଣଙ୍କ କହିଛନ୍ତି, “ରୁମ ଭିତରୁ ମିଳିଥିବା ରକ୍ତ ଛିଟା ସୂଚନା ସେଠଙ୍କର। ମିଳିଥିବା ରକ୍ତ ସୂଚନା ନିଜର ବୋଲି ସ୍ୱୀକାର କରିଛନ୍ତି। କିନ୍ତୁ ଏହା ଋତୁଶ୍ରାବ ଜନିତ ବୋଲି କହିଥିଲେ।

ଏଥିସହ ପୁଅ ବନ୍ଧୁ ପାଖରେ ରହିଛି ଓ ସେ ଦେଇଥିବା ଠିକଣା ନକଲି ବୋଲି ଜଣାପଡ଼ିଛି। ପରବର୍ତ୍ତୀ ଅବସ୍ଥାରେ ସୂଚନାଙ୍କ ପାଖରେ ଥିବା ଗୋଟିଏ ଟ୍ରଲି ବ୍ୟାଗରୁ ୪ ବର୍ଷୀୟ ପୁଅର ପୁଲିସ୍‌ ମୃତଦେହକୁ ପୁଲିସ୍‌ ଜବତ କରିଥିଲା।

ବାରମ୍ବାର ସୂଚନା ମିଛ କହୁଥିବାରୁ, ତାଙ୍କର କୌଣସି ଦାବିକୁ ପୁଲିସ୍‌ ଗ୍ରହଣ କରୁନାହିଁ। ପିଲାଟିକୁ କାହିଁକି ହତ୍ୟା କରାଗଲା, ତା’ର କାରଣ ଆମେ ଖୋଜୁଛୁ। ସ୍ୱାମୀଙ୍କ ସହ ତିକ୍ତତା କାରଣରୁ ସୂଚନା ତାଙ୍କ ପୁଅକୁ ହତ୍ୟା କରିଥିବା ଆମେ ଆଶଙ୍କା କରୁଛୁ।”

ଅନ୍ୟପକ୍ଷରେ ୪ ବର୍ଷୀୟ ପିଲାର ଅନ୍ତିମ ସଂସ୍କାର ତାଙ୍କ ବାପା ଆଜି କରିଛନ୍ତି। ଏଥିସହ ଶବବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଛି। ଡାକ୍ତରଙ୍କ କହିବା କଥା ଯେ ତକିଆ କିମ୍ବା ଟାୱେଲ ଦ୍ୱାରା ଅଣନିଃଶ୍ୱାସ କରି ପିଲାଟିକୁ ହତ୍ୟା କରାଯାଇଛି। ପିଲାଟି ଶୋଇବା ବେଳେ ହିଁ ତା’କୁ ହତ୍ୟା କରାଯାଇଛି। କାରଣ ସେ ଛଟପଟ ହେବାର କୌଣସି ସୂଚନା ନାହିଁ।

ସୂଚନା ରହୁଥିବା ରୁମରୁ ପୁଲିସ୍‌ ୨ଟି ଖାଲି କଫ ସିରପ ବୋତଲ ଜବତ କରିଛି। ସମ୍ଭବତଃ ହେଭି ଡୋଜ୍‌ କଫ ସିରପ ଦେଇ ସୂଚନା ପୁଅଙ୍କୁ ହତ୍ୟା ମଧ୍ୟ କରିଥାଇ ପାରନ୍ତି। ତେଣୁ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ପୁଲିସ୍‌ ଆଶଙ୍କା କରୁଛି।

Leave A Reply

Your email address will not be published.