କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ

ମାଲକାନଗିରି, ତା.୩୧/୦୧/୨୦୨୪: ମାଲକାନଗିରି ମହାବିଦ୍ୟାଳୟର ସଭାଗୃହରେ +୩ କଳା, ବାଣିଜ୍ୟ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଭାରତୀୟ ସେନା ପକ୍ଷରୁ ଏକ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଛାତ୍ର ଛାତ୍ରୀ ମାନଙ୍କୁ ଅଗ୍ନିଭିର ମାଧ୍ୟମରେ ଅଧିକରୁ ଅଧିକ ଯୋଗଦାନ କରିବା ପାଇଁ ପ୍ରୋତ୍ସାହନ କରିବା l ଏହି କାର୍ଯ୍ୟକ୍ରମର ମହାବିଦ୍ୟାଳୟର ଅଧକ୍ଷ ଲିଙ୍ଗରାଜ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ଅଧ୍ୟାପକ ଡ଼ଃ ରଞ୍ଜନ କୁମାର ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ l ବିଶେଷଜ୍ଞ ଭାବରେ କର୍ଣ୍ଣେଲ ଆନନ୍ଦ ତାନ୍ତି ଅନ୍ୟାନ୍ୟ ଅଧିକାରୀ ବିଜେନ୍ଦ୍ର ସିଂହ ଓ ପ୍ରଦୀପ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଭାରତୀୟ ସେନାରେ ଯୋଗଦାନ କରିବା ପାଇଁ ପ୍ରେରଣା ଦେଇଥିଲେ l କର୍ଣ୍ଣେଲ ଆନନ୍ଦ ତାନ୍ତି ଭାରତୀୟ ସେନାରେ ଥିବା ସମୟରେ ବିଭିନ୍ନ ସୁବିଧା ସୁଯୋଗ ଓ କ୍ୟାରିୟର ବିଷୟରେ ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମରେ ୨୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଭାରତୀୟ ସେନାରେ ଯୋଗଦେବାର ଇଛାକୁ ପ୍ରକାଶ କରିଥିଲେ l ଜିଲ୍ଲା ନିଯୁକ୍ତି ଅଧିକାରୀ ଅଜୟ ଦୀପ ମଧ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଅଗ୍ନିଭିର ଯୋଜନା ମାଧ୍ୟମରେ ଯୋଗଦେବା ପାଇଁ କିପରି ପଞ୍ଜିକରଣ କରିବାକୁ ପଡ଼ିବ ତାହା ବୁଝାଇଥିଲେ l ସଭା ଶେଷରେ ଲେଫ୍ଟ୍ ନାଣ୍ଟ ସୁଶାନ୍ତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.