ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉତ୍କର୍ଷ ଶିକ୍ଷା କେନ୍ଦ୍ର ଲୋକାର୍ପଣ

ଚିତ୍ରକୋଣ୍ଡା, ୧୪/୦୩/୨୪: ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ବଡ଼ପଡ଼ା ଠାରେ ଉତ୍କର୍ଷ ଶିକ୍ଷା କେନ୍ଦ୍ରର ଲୋକାର୍ପଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଦିନ ୧୧:୩୦ ସମୟରେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ବଦପଡା ଠାରେ ନବ ନିର୍ମିତ ଉତ୍କର୍ଷ ଶିକ୍ଷା କେନ୍ଦ୍ରକୁ ଭର୍ଚୁଆଲ ମୋଡ଼ ମାଧ୍ୟମରେ ଉଦ୍ଧ୍ୱଘାଟିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ନବନିର୍ମିତ ଉତ୍କର୍ଷ ଶିକ୍ଷା କେନ୍ଦ୍ର ଉଣେଇସି କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଛି ଏହି ଉତ୍କର୍ଷ ଶିକ୍ଷା କେନ୍ଦ୍ର। ସ୍ୱାଭିମାନ ଅଂଚଳର ଗରିବ ଆଦିବାସୀ ଛାତ୍ର ଛାତ୍ରୀଙ୍କୁ ଏଠାରେ ଉନ୍ନତ ମାନର ଶିକ୍ଷା ଦେବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଏହି ଉତ୍କର୍ଷ ଶିକ୍ଷା କେନ୍ଦ୍ର ନିର୍ମାଣ କରାଯାଇଛି। ଏଠି ସ୍ମାର୍ଟ କ୍ଲାସ, ସ୍ମାର୍ଟ ଲାଇବ୍ରେରୀ, କମ୍ପ୍ୟୁଟର ଲେବ ରହିଛି। ଏହା ସହ ସୁନ୍ଦର ପାର୍କ ସାଙ୍ଗକୁ ପିଲାଙ୍କ ଖେଳ ପାଇଁ ବ୍ୟାଡମିଣ୍ଟେନ, ବାସ୍କେଟ ବଲ ଏବଂ ଖୋକ ଖେଳିବା ପାଇଁ ବ୍ୟବସ୍ଥା କରାଯାଇଛି। ଆହୁରି ପିଲାଙ୍କ ପାଇଁ ଆକ୍ଟିଭିଟି ସେଣ୍ଟର ,ଯୋଗ ଶିକ୍ଷାର ବ୍ୟବସ୍ଥା ରହିଛି। ଏହି ଉତ୍କର୍ଷ ଶିକ୍ଷା କେନ୍ଦ୍ରରେ ୬୦୦ଜଣ ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ବର୍ତ୍ତମାନ ସୁବିଧା ପାଇବେ । ସ୍ବାଭିମାନ ଅଞ୍ଚଳରେ ଯେମିତି କୌଣସି ପିଲା ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ସମସ୍ତଙ୍କୁ ଏଠି ଉନ୍ନତ ମାନର ଶିକ୍ଷା ଦିଆଯିବା ସହ ଖାଦ୍ୟ ପେୟ ସହ ରହିବାର ବ୍ୟବସ୍ଥା ରାଜ୍ୟ ସରକାରଙ୍କ ତରଫରୁ ଏହି ଉତ୍କର୍ଷ ବିଦ୍ୟାଳୟରେ କରାଯାଇଛି । ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଆର ଭିନୀଲ କ୍ରିଷ୍ଣା ଏହି ବିଦ୍ୟାଳୟକୁ ନିଜର ପୋଷ୍ୟ ବିଦ୍ୟାଳୟ ରୂପେ ଗ୍ରହଣ କରିଛନ୍ତି । ସ୍ୱାଭିମାନ ଅଂଚଳ ପିଲାଙ୍କ ନିମନ୍ତେ ଏଠାରେ ଏକ ସ୍କିଲ ଡେଭଲପମେଣ୍ଟ ସେଣ୍ଟର ଖୋଲିବାକୁ ନେଇ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଖୁସି ଖବର ଦେବେ ବୋଲି ୫-ଟି ସଚିବ ଭି କେ ପାଣ୍ଡିଆନ ଘୋଷଣା କରିଥିଲେ । ଏହି ଉଦଘାଟନ ଉତ୍ସବରେ ମାଲକାନଗିରି ଜିଲ୍ଲାପାଳ ସଚିନ ପାୱାର, ସିଡିଓ ମାଲକାନଗିରି ନରେଶ ଚନ୍ଦ୍ର ଶବର, ପି ଏ ଆଇ ଟି ଡି ଏ, ମାଲକାନଗିରି ଜିଲ୍ଲା ପରିଷଦ ଅଧକ୍ଷା ସମାରି ଟାଙ୍ଗୁଲୁ, ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ରାଜେଶ୍ୱରୀ ଖିଲ, ଚିତ୍ରକୋଣ୍ଡା ବିଡ଼ିଓ ତନ୍ମୟ ପାତ୍ର, ପ୍ରମିଳା ମାଝୀ ଉପସ୍ଥିତ ଥିଲେ । ବଡ଼ପଡା ଏସ ଏସ ଡି ବିଦ୍ୟାଳୟର ଛାତ୍ରୀ ରୋହିଣୀ ଖରା ସ୍ୱାଭିମାନ ଅଂଚଳର ଛାତ୍ର ଛାତ୍ରୀଙ୍କ ପଢିବା ନିମନ୍ତେ ଏଭଳି ଅତ୍ୟାଧୁନିକ ସୁନ୍ଦର ବିଦ୍ୟାଳୟ ବଡ଼ପଡା ଠାରେ ନିର୍ମାଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ରାଜ୍ୟ ସରକାର ସ୍ୱାଭିମାନ ଅଂଚଳରେ ଏପରି ଏକ ସୁନ୍ଦର ବିଦ୍ୟାଳୟ ନିର୍ମାଣ କରିଥିବାରୁ ସ୍ବାଭିମାନ ଅଞ୍ଚଳବାସୀ ବେସ ଖୁସି ପ୍ରକଟ କରିଛନ୍ତି।

Leave A Reply

Your email address will not be published.