ଆମ ସମ୍ବଳ ସଂଗଠନ ପକ୍ଷରୁ ବରିଷ୍ଠ ସାମ୍ବାଦିକ ସତ୍ୟପ୍ରିୟ କୁଅଁରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

କଟକ: ବରିଷ୍ଠ ସାମ୍ବାଦିକ ତଥା ‘ଆମ ସମ୍ବଳ’ ସଂଗଠନର ଉପଦେଷ୍ଟା ସତ୍ୟପ୍ରିୟ କୁଅଁରଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଗଙ୍ଗାମନ୍ଦିର ସ୍କୁଲ ପରିସରରେ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ସାମ୍ବାଦିକ ତଥା ବାର୍ତ୍ତା ସମ୍ପାଦକ ସ୍ବର୍ଗତ କୁଅଁରଙ୍କ ଶାଣିତ ଲେଖନୀ ସମାଜକୁ ଦିଗଦର୍ଶନ ଦେଇଥିଲା। ତାଙ୍କର ସମଗ୍ର ଜୀବନ ସମାଜ ପାଇଁ ଉତ୍ସର୍ଗୀକୃତ ଥିଲା । ଗୋଟିଏ ଦିଗରେ ସେ ସତ୍ୟନିଷ୍ଠ ନିର୍ଭୀକ ଥିବା ବେଳେ ଅନ୍ୟଦିଗରେ ସମାଜସେବୀ, ମିଷ୍ଟଭାଷୀ, ପରୋପକାରୀ ବ୍ୟକ୍ତିତ୍ଵ ଥିଲେ ବୋଲି ଅନୁଷ୍ଠାନର ସଭାପତି ଡକ୍ଟର ସୁଶାନ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମତପ୍ରକାଶ ପାଇଥିଲା। ଏହି ସଭାରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ବିଜୟ କୁମାର ନାଥ, ଅନୁଷ୍ଠାନର ଉପସଭାପତି ଆଲୋକେଶ ରାୟ, ବିକ୍ରମ ଦାଶ, ସମ୍ପାଦକ ମାନସ ରଂଜନ ପରିଡ଼ା, ଯୁଗ୍ମ ସମ୍ପାଦକ ମହାଶିଷ ତରାଇ, ଶିକ୍ଷାବିତ୍ ଗଣେଶ୍ୱର ସ୍ବାଇଁ, ଇଲାଇଟ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ନୌଷଦ କୁମାର ନାୟକ, ପଶୁପ୍ରେମୀ ପୁଷ୍ପାଙ୍କ ବାନାର୍ଜୀ, ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ମିଶ୍ର, ବିନୀତା ନନ୍ଦୀ, ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ମୋହନ ଗମାଙ୍ଗ, ସାମ୍ବାଦିକ ସୁଶାନ୍ତ କୁମାର ଜେନା, ଦୀପକ କୁମାର ମଲ୍ଲିକ, ନିଳାଦ୍ରୀ ଦାସ, ସୁଭ୍ରାନ୍ତ କୁମାର ଦାସ, ସେକ୍ ଫୟାଜ ଉଦ୍ଦିନ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ କୁଅଁରଙ୍କର ସ୍ମୃତିଚାରଣ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

Leave A Reply

Your email address will not be published.