ସାମ୍ବାଦିକ ସୁରକ୍ଷା ଓ ପେନସନ ପ୍ରଦାନ ଦାବିରେ ରାଜରାସ୍ତାରେ ସାମ୍ବାଦିକ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଲକାନଗିରି ସଦର ମହକୁମା ଠାରେ ଆଜି ମାଲକାନଗଗିରି ଜିଲ୍ଲାର ସମସ୍ତ ସାମ୍ବାଦିକ ଏକତ୍ରିତ ହୋଇ ସମ୍ବାଦିକ ସୁରକ୍ଷା ଓ ପେନସନ ଦାବି ନେଇ ରାଜରାସ୍ତାରେ ସ୍ଲୋଗାନ ଦେଇ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ ସମସ୍ତ ସାମ୍ବାଦିକ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟ ର ସ୍ମାରକ ପତ୍ର ପ୍ରଦାନ କରିଥିଲେ । ସାମ୍ବାଦିକ ସମ୍ବିଧାନର ଚତୁର୍ଥ ସ୍ତମ୍ବ ହୋଇଥିବା ବେଳେ ସବୁ ସମୟରେ ସରକାର ସମ୍ବାଦିଙ୍କୁ ଉପେକ୍ଷା କରିବା କଥା MUJ ସଭାପତି ଦେବପ୍ରସାଦ ଦାସ କହିଛନ୍ତି । ଏଥି ସହିତ UJAର ସଭାପତି ଦୁର୍ଯ୍ୟଧାନ ପାତ୍ର କହିଥିଲେ ଯେ ସାମ୍ବାଦିକଙ୍କ ସୁରକ୍ଷା ଓ ପେନସନ ହେଉଛି ସାମ୍ବାଦିକଙ୍କ ନାର୍ଯ୍ୟ ଦାବି ଯେ ଭଳି ସରପଞ୍ଚ ହେଉ କି ଅଙ୍ଗନବାଡି କର୍ମୀଙ୍କ ଦରମା ବଢ଼ାଇ ଦିଆଗଲା ସେ ଭଳି ସାମ୍ବାଦିକ ହେଉଛନ୍ତି ଜନତାଙ୍କ ସ୍ୱର ତେଣୁ ସାମ୍ବାଦିକଙ୍କ ପେନସନ ସହିତ ସୁରକ୍ଷା ଏକାନ୍ତ ଆବଶ୍ୟକ ବୋଲି କହିଥିଲେ । ଏହି ବିକ୍ଷୋଭରେ ବରିଷ୍ଠ ସାମ୍ବାଦିକ ଗୋପୀ ପଟନାୟକ, ସତ୍ୟନାରାୟଣ ପଣ୍ଡା, ରବୀରଶ୍ମି ଗୁରୁ, ଶୁଭାଶିଷ କର, ବୁଲୁ ପଢ଼ିଆରୀ, ଦେଵବ୍ରତ ସାନା, ଯଦୁପତି ମହାନ୍ତି, ଚନ୍ଦନ ବାରିକଙ୍କ ସମେତ ଶତାଧିକ ସାମ୍ବାଦିକ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.