ବ୍ରହ୍ମପୁର ଜାତୀୟ ରାଜପଥ ରୁଜାଙ୍ଗିରେ ପାଣି ପାଇଁ ରାସ୍ତା ଅବରୋଧ

ଫୁଲବାଣୀ, ୩୦/୧୧: ଖରା ନ ଆସୁଣୁ ଦେଖାଦେଲାଣି ପାଣି ସମସ୍ୟା l ପାଣି ପାଇଁ ଉତ୍ୟକ୍ତ ଲୋକେ ବୁଧବାର ବ୍ରହ୍ମପୁର – ଫୁଲବାଣୀ ଜାତୀୟ ରାଜପଥ ରୁଜାଙ୍ଗିଠାରେ ଗରା, ମାଠିଆ ବାଲଟି ରଖି ରାସ୍ତା ଅବରୋଧ କରିବା ଫଳରେ ବ୍ରହ୍ମପୁର, ବାଲିଗୁଡା, ରାୟଗଡା, ଆଦି ଯିବାକୁ ଥିବା ଗାଡି ମଟର ଆଦି ଅଟକି ରହିଛି ସକାଳୁ l ରୁଜାଙ୍ଗିରେ ୩ଟା ନଳକୂପ ଥିଲେ ବି ସବୁ ଗୁଡିକ ଅଚଳ ହୋଇପଡିଛି l ସେହିପରି ପାନୀୟ ଜଳ ପ୍ରକଳ୍ପ ମଧ୍ୟ ଅଚଳl ମରାମତି କରିବା ପାଇଁ ବାରମ୍ବାର ଜଣାଇଥିଲେ ବି ସୁଫଳ ମିଳିଲାନି ଫଳରେ ଗତ ଚାରି ମାସ ହେଲା ପାନୀୟ ଜଳ ସୁବିଧା ନପାଇ ହନ୍ତ ସନ୍ତ ହେଉଥିଲେ ରୁଜାଙ୍ଗି ଗ୍ରାମବାବାସୀ l ଫଳରେ ବାଧ୍ୟ ହୋଇ ରାସ୍ତା ଅବରୋଧ କରିବାକୁ ପଡିଲା ବୋଲି ଗ୍ରାମର ଶିବାଶିନୀ ବେହେରା, ସୁକୁମାରୀ ବେହେରା କହିଛନ୍ତି l ତେବେ ଖବର ପାଇ ପୋଲିସ, ତହସିଲଦାର, ବିଡ଼ିଓ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଯନ୍ତ୍ରୀ, ସରପଞ୍ଚ ପ୍ରମୁଖ ପହଞ୍ଚି ବୁଝାସୁଝା କରି ପାନୀୟ ଜଳ ଯୋଗାଇ ଦେବାକୁ ପ୍ରତଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ଓ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା l ତେବେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କୁ ପଚାରିବାରେ ଗ୍ରାମବାସୀ ମାନେ ପୂର୍ବରୁ ଜଣାଇଥିଲେ ପାନୀୟଜଳ ସମସ୍ୟା ସମାଧାନ ହୋଇପାରିଥାନ୍ତା l ବର୍ତମାନ ଅତି ଶୀଘ୍ର ସେମାନଙ୍କ ସମସ୍ୟା ଦୂର କରାଯିବ ବୋଲି ଅଧିକ୍ଷଣ ଯନ୍ତ୍ରୀ ଇଂ. ବି କେ ଦାଶ କହିଛନ୍ତି l ରୁଜାଙ୍ଗି ଗ୍ରାମର ପାନୀୟ ଜଳ ସମସ୍ୟା କେବେ ଦୂର ହେଉଛି ଆଗକୁ ଜଣାପଡିବ l

Leave A Reply

Your email address will not be published.