ଗଞ୍ଜେଇ ଚୋରା ଚାଲାଣ, ଦୁଇ ଗିରଫ

କାଲିମେଳା: ଗଞ୍ଜେଇ ଚୋରା ଚାଲାଣ ବେଳେ ଅବକାରୀ ବିଭାଗ ପକ୍ଷରୁ ଦୁଇ ଜଣ ଗିରଫ ହୋଇଥିବା ସୂଚନା ମିଳିଛି । ମାଲକାନଗିରି ଅବକାରୀ ଅଧିକ୍ଷକ ବିମ୍ବାଧର ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ କାଲିମେଳା ଅବକାରୀ ଓଆଇସି ପ୍ରଭାକର ସେଠି ଆଜି ସକାଳେ ଗମ୍ପାକୋଣ୍ଡା ଛକ ଠାରେ ଚଢ଼ାଉ କରିଥିଲେ । ସେହି ସମୟରେ ଦୁଇ ଜଣ ଗଞ୍ଜେଇ ଚୋରା ଚାଲାଣ କାରୀଙ୍କୁ ଗିରଫ କରିଥିବା ଜଣାପଡିଛି। ଗିରଫ ଦୁଇ ଜଣ ହେଲେ ପ୍ରଧାନିଗୁଡା ଗ୍ରାମର ଇଶ୍ଵର ମାଡକାମି ଓ ଗୋରେଗୁଡା ଗ୍ରାମର ଅଜୟ କବାସି । ସେମାନଙ୍କ ଠାରୁ ୧୨ କେଜି ଗଞ୍ଜେଇ, ଗୋଟିଏ ୟାମାହା ଏଫ୍ ଜେଡ୍ ବାଇକ୍ ଏବଂ ନଗଦ ୩୪୦୦ ଟଙ୍କା ଜବତ କରିଛି ଅବକାରୀ ପୁଲିସ । ଚଢ଼ାଉ ସମୟରେ ଅବକାରୀ ବିଭାଗର ଅକ୍ଷୟ ଜେନା, ପ୍ରବିଣ ସାହୁ, ରାମଚନ୍ଦ୍ର ହନ୍ତାଳ, ଜ୍ଞାନ ରଞ୍ଜନ ସାହୁ, ପ୍ରଶନ୍ନ ସ୍ବାଇଁ ପ୍ରମୁଖ ସାମିଲ ଥିବା ଜଣାପଡିଛି ।

Leave A Reply

Your email address will not be published.