ଅବକାରୀ ବିଭାଗ ଦ୍ଵାରା ବାଇକ୍ ସହ ଗଞ୍ଜେଇ ଜବତ, ଜଣେ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ଗୋଟିଏ ବାଇକ୍ ସହ ଗଞ୍ଜେଇ ଜବତ କରାଯାଇଛି । ଜିଲ୍ଲା ଅବକାରୀ ବିଭାଗ ଅଧିକ୍ଷକ ବିମ୍ବାଧର ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ଗଞ୍ଜେଇ ଗଛ ନଷ୍ଟ କରି ପୋଡ଼ିବା ସହ ଆଉ କେତେକ ସ୍ଥାନରେ ପାଟ୍ରୋଲିଂ କରି ଗଞ୍ଜେଇ ଜବତ କରିବାରେ ସକ୍ଷମ ହୋଇପାରିଛନ୍ତି। ସୂଚନା ପାଇ ଅଧିକ୍ଷକ ବିମ୍ବାଧର ପଣ୍ଡାଙ୍କ ନିର୍ଦ୍ଦେଶରେ ଅବକାରୀ ବିଭାଗର ଏକ ସ୍ବତନ୍ତ୍ର ଟିମ୍ କାଲିମେଳାର ବେଜେଙ୍ଗ ୱାଡା ନିକଟରେ ପାଟ୍ରୋଲିଂ ସମୟରେ ଏକ ବାଇକ୍ ଯାଞ୍ଚ ବେଳେ ଗଞ୍ଜେଇ ଜବତ କରାଯାଇଥିଲା । ଏକ ଅଭିନବ ଢଙ୍ଗରେ ଅତି ଚତୁର ତାର ସହ ବାଇକ୍ରେ ୨୩ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା । ଏଥିରେ ସଂପୃକ୍ତ ନାରାୟଣ ଗଲୋରିକୁ ଗିରଫ କରାଯାଇଛି । ପାଟ୍ରୋଲିଂ ସମୟରେ ଅବକାରୀ ବିଭାଗ ସବ୍ ଇନ୍ସପେକ୍ଟର ପ୍ରଭାକର ସେଠୀ, ଜ୍ଞାନ ରଞ୍ଜନ ସାହୁ, ରାମ ଚନ୍ଦ୍ର ହନ୍ତାଲ, ପ୍ରବୀଣ ସାହୁ, ପ୍ରଦୀପ କୁମାର ସାହୁ, ପାଣ୍ଡବ ଟୁଡୁ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.