ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଜନୈତିକ କସରତ

ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ରାଜନୈତିକ କସରତ ଆରମ୍ଭ ହୋଇଯାଇଛି । ବିଜେପିରେ ଟିକେଟ ପାଇଁ ଦୁଇ ଜଣଙ୍କ ନାଁ ଚର୍ଚ୍ଚାକୁ ଆସିଛି । ଜଣେ ହେଉଛନ୍ତି ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଓ ଆଉ ଜଣେ ହେଉଛନ୍ତି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପୂର୍ବ ରାଜ୍ୟ ସାଧାରଣ ସମ୍ପାଦକ ସୁଜିତ ସିଂହ । ଏହି ଦୁଇ ଜଣଙ୍କୁ ନେଇ ଦଳ ଟିକିଏ ଦ୍ୱନ୍ଦରେ ପଡିଯାଇଛି । ଗୋଟିଏ ପଟେ ଦଳ ରାଧାରାଣୀ ପଣ୍ଡାଙ୍କୁ ପ୍ରସ୍ତୁତ ରହିବାକୁ କହିଛି ଓ ଅନ୍ୟପଟେ ସୁଜିତ ସିଂହଙ୍କୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ କ୍ୟାମ୍ପରୁ କୁଆଡେ ଗ୍ରୀନ ସିଗନାଲ ମିଳିଛି । ପଶ୍ଚିମ ଓଡିଶାର ଅନ୍ୟ ଜଣେ ବରିଷ୍ଠ ସାଂସଦ ମଧ୍ୟ ସୁଜିତଙ୍କ ପାଇଁ ଲବି କରୁଥିବା ଜଣା ପଡିଛି ।

ଗୋଟିଏ ପଟେ ବିଜେପିରେ ଏଭଳି ଟଣାଓଟରା ନେଇ ଚର୍ଚ୍ଚା ହେଉଥିବା ବେଳେ ବିଜେଡିରେ ମଧ୍ୟ ଦୁଇ ଜଣ ଆଶାୟୀଙ୍କୁୁ ନେଇ ଆଲୋଚନା ହେଉଛି । ଜଶେ ହେଉଛନ୍ତି ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ଓ ଆଉ ଜଣେ ହେୁଛନ୍ତି ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ।

ଅଳକା ମହାନ୍ତି: ବ୍ରଜରାଜନଗରର ପୂର୍ବତନ ବିଧାୟକ ତଥା ବିଜେଡି ଶିବିରର ଟାଣୁଆ ନେତା ଦିବଂଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ବିଜେଡି ଟିକେଟ ଦୈାଡରେ ସବୁଠାରୁ ଆଗରେ ଥିବା ଜଣା ପଡିଛି । କାରଣ ପୂର୍ବରୁ ମଧ୍ୟ ଅନେକ ଉପ-ନିର୍ବାଚନରେ ବିଧାୟକଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସଦସ୍ୟଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ନବୀନ । ଅଳକାଙ୍କୁ ର୍ପାର୍ଥୀ କଲେ ଦଳକୁ ଅନୁକମ୍ପା ଭୋଟ ମିଳିବାର ଯଥେଷ୍ଟ ସମ୍ଭାବନା ମଧ୍ୟ ରହିଛି ।

ଦୀପାଳି ଦାସ: ତେବେ ରାଜ୍ୟ କ୍ୟାବିନେଟର ପାୱାରଫୁଲ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳିଙ୍କୁ ନେଇ ମଧ୍ୟ ବିଭିନ୍ନ ସମୟରେ ଚର୍ଚ୍ଚା ହୋଇଛି । ବ୍ରଜରାଜନଗରରେ ଦୀପାଳି ବିଭିନ୍ନ ସାଂଗଠନିକ କାର୍ଯ୍ୟରେ ସାମିଲ ହେବା ଏହି ଆଲୋଚନାକୁ ବଳ ଯୋଗାଇଛି ।

ଏପଟେ ଏବେ ନିଜ ଦଳୀୟ ସଂଗଠନ ସଜାଡିବାରେ ବ୍ୟସ୍ତ ଥିବା କଂଗ୍ରେସ କାହାକୁ ନେଇ ନିର୍ବାଚନକୁ ଓହ୍ଲାଇବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ପୂର୍ବତନ ମନ୍ତ୍ରୀ କିଶୋର ପଟେଲଙ୍କ ଉପରେ ଦଳ ଭରଷା କରିବ କି ନୁଆ ଚେହେରା ସାମ୍ନାକୁ ଆଣିବ ତାହାକୁ ଅପେକ୍ଷା ।

Leave A Reply

Your email address will not be published.