କାଠ ବୋଝେଇ ଗାଡି ଜବତ,ଜଣେ ଗିରଫ

ମୂଲ୍ୟବାନ ଗଛ କାଟି ତାହାର କାଠକୁ ଚୋରା ଚାଲାଣ କରୁଥିବା ବେଳେ ଚଢାଉ କରି ଗାଡି ସହିତ କାଠକୁ ଜବତ କରିଛି ବନ ବିଭାଗ । ଏହା ସହିତ କାଠ ଚୋରା ଚାଲାଣ କରୁଥିବା ଗାଡିର ଡ୍ରାଇଭରକୁ ଗିରଫ କରିଛି । ଉଦଳା ବନାଂଚଳ ଅଧିନ ଶାଳମୁଣ୍ଡଳି ଗ୍ରାମକୁ ଶାଳକାଠର ବନ୍ଧ ଧରି ଜଣେ ଯୁବକ ଉଦଳା ଅଭିମୁୁଖେ ଆସୁଥିଲେ । ବିଶେଷସୂତ୍ରରୁ ଖବର ପାଇ ଉଦଳା ବନବିଭାଗ ଭୁରୁଡୁବଣୀ ଛକ ନିକଟରେ ଚଢାଉ କରି ଗାଡିକୁ ଜବତ କରିବା ସହିତ ଗାଡିରେ ଥିବା ୪୦ ପିସ୍ ଶାଳକାଠ ବନ୍ଧକୁ ଜବତ କରିଛି । ଏହା ସହିତ ଗାଡିର ଡ୍ରାଇଭରକୁ ଗିରଫ କରିଛି । ଗିରଫ ଡ୍ରାଇଭର ଜଣକ କପ୍ତିପଦା ଥାନା ବଣିଆଗାଁ ଗ୍ରାମର କାର୍ତିକ ଚନ୍ଦ୍ର ସାହୁ । ଜବତ ଶାଳ ବନ୍ଧର ଆନୁମାନିକ ମୂଲ୍ୟ ୪୫ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.