ଅଧିକ ଦିନ ଲିଭ୍ ଇନରେ ରହିବା ବିବାହ ସହ ସମାନ । ପିଲାଙ୍କୁ ମିଳିବ ପୈତୃକ ସମ୍ପତ୍ତିରୁ ଭାଗ’: ସୁପ୍ରିମକୋର୍ଟ

ଦାମ୍ପତ୍ତ୍ୟ ଜୀବନ ଏବଂ ଏଥିରେ ପିଲାମାନଙ୍କର ଭାଗିଦାରୀକୁ ନେଇ ଏକ ବଡ ବୟାନ ଦେଇଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ୍ ଏସ୍. ଅବଦୁଲ ନଜିର ଏବଂ ଜଷ୍ଟିସ୍ ବିକ୍ରମ ନାଥଙ୍କ ମିଳିତ ଖଣ୍ଡପୀଠ କହିଛନ୍ତି ଯେ, ‘ଯଦି କୌଣସି ମହିଳା ଓ ପୁରୁଷ ବିବାହ ନକରି ମଧ୍ୟ ଏକାଠି ଦୀର୍ଘ ଦିନ ପର୍ଯ୍ୟନ୍ତ ରୁହନ୍ତି ତେବେ ସେହି ସମ୍ପର୍କ ବିବାହ ସହ ସମାନ ହେବ । ସେମାନଙ୍କ ଠାରୁ ଜନ୍ମ ନେଇଥିବା ସନ୍ତାନ ସନ୍ତାନମାନଙ୍କ ପରି ସେମାନଙ୍କର ଭାଗ ପାଇବେ । ଏହାକୁ ଅଧିନିୟମର ଧାରା ୧୧୪ ଧାରା ଅନ୍ତର୍ଗତ କରାଯିବ ।

ଜଷ୍ଟିସ ଏସ ଅବଦୁଲ ନାଜିର ଏବଂ ବିକ୍ରମ ନାଥଙ୍କ ଖଣ୍ଡପୀଠ କହିଛନ୍ତି, “ଏହା ସ୍ପଷ୍ଟ ଯେ ଯଦି ଜଣେ ପୁରୁଷ ଏବଂ ଜଣେ ମହିଳା ସ୍ୱାମୀ ଏବଂ ପତ୍ନୀ ଭାବରେ ଦୀର୍ଘ ସମୟ ଧରି ଏକାଠି ରୁହନ୍ତି ତେଣୁ ଏହାକୁ ବିବାହ ଭାବରେ ବିବେଚନା କରାଯିବ । ସେମାନଙ୍କର ଠାରୁ ଯେଉଁ ସନ୍ତା ସନ୍ତତି ଜନ୍ମ ନେବେ ସେମାନେ ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ବାପାର ଅଧିକାର ପାଇବାକୁ ସମ୍ପୂର୍ଣ୍ଣ ଯୋଗ୍ୟ । ଏହାସହ ପୈତୃକ ସମ୍ପତ୍ତି ପାଇବାକୁ ମଧ୍ୟ ସେମାନେ ସମ୍ପୂର୍ଣ୍ଣ ହକଦାର ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ପୂର୍ବରୁ ୨୦୦୯ରେ କେରଳ ହାଇକୋର୍ଟ ଦେଇଥିବା ଫଇସଲାକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ଶୁଣାଣି କରି ଏପରି ବୟାନ ଦେଇଛନ୍ତି ସୁପ୍ରିମକୋର୍ଟ ।

Leave A Reply

Your email address will not be published.