ଦାରିଙ୍ଗବାଡି ପର୍ତମାହା ଆଶ୍ରମସ୍କୁଲ ରେ ୩ଶହ ପିଲାଙ୍କୁ ଦୁଇ ଶିକ୍ଷକ , ପାଠ ପଢା ଶୂନ!


ଫୁଲବାଣୀ -11/07

ସରକାର ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା କଥା କହିବା ସହ ସ୍ମାର୍ଟ ସ୍କୁଲ ତିଆରିକରୁଛନ୍ତି ଓ ଏଥିପାଇଁ କୋଟି କୋଟି ଟଙ୍କା ବି ଖର୍ଛ କରୁଛନ୍ତି ସତ ହେଲେ ଶିକ୍ଷା ର ମାନ ବୃଦ୍ଧି ଘଟୁନି l
ଯାହାକି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ର ପର୍ତମାହା ଆଶ୍ରମ ସ୍କୁଲ ଅବସ୍ଥା ଦେଖିଲେ ଜାଣିହେବ l
ସ୍କୁଲ ରେ ୩ଶ ହ ଛାତ୍ରଛାତ୍ରୀଙ୍କ ପାଈଁ ମାତ୍ର ଦୁଇଜଣ ଶିକ୍ଷକ,! ସେଥିରୁ ପୁଣି ଜଣେ ହେଡ଼ ମାଷ୍ଟର ଦାୟିତ୍ୱରେ ରହି ବିଭିନ୍ନ ଦାଇତ୍ୱ ତୁଳାଉଥିବାବେଳେ ଜଣେ ଶିକ୍ଷୟତ୍ରୀ କେବଳ ହଷ୍ଟେଲ ଦାୟିତ୍ୱରେ ରହି ପିଲାଙ୍କ କଥା ବୁଝୁଛନ୍ତି କୁଆଡେ ! ପାଠପଢ଼ା ଶୂନ! ମୋଟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୨0 ଜଣ ଛାତ୍ର ଛାତ୍ରୀ ଡେସ୍କଲାର! ଏହି ଆଶ୍ରମ ସ୍କୁଲରେ ପୂର୍ବରୁକୁଆଡେ ୮ ଜଣ ଶିକ୍ଷକ ଥିଲେ ହେଲେ ଗଲା ତିନିବର୍ଷ ହେଲା ଦୁଇଜଣ ଶିକ୍ଷକ ଅଛନ୍ତିକାମାତୁଲାଉଛନ୍ତି ! ଜିଲ୍ଲା ମଙ୍ଗଳ ଅଧିକାରୀ ସିମାଞ୍ଚଳ ବେହେରା ଙ୍କୁ ବାରମ୍ବାର ଏନେଇ ଅଭିଯୋଗ କରିଆସୁଥିଲେ ମଧ୍ୟ କିଛି ସମସ୍ୟା ବୁଝୁ ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି! ଦୁଇବର୍ଷହେଲା ଅଭିଯୋଗ କରିଆସୁଥିଲେ ମଧ୍ୟ ପ୍ରଶାସନ ସମସ୍ୟାର ସମାଧାନ ନ କରିବାରୁ ନୂତନ ଜିଲ୍ଲାପାଳ ଡ଼ ଆଶିଷ ଇଶ୍ୱର ପାଟିଲ ଙ୍କୁ ଦାବୀପତ୍ର ପ୍ରଦାନ କରି ଛନ୍ତି! ତେଵେ ଅତିଶୀଘ୍ର ସମସ୍ୟାର ସମାଧାନ ପାଇଁ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିଲେl ହେଲେ ପ୍ରଶାସନ ପ୍ରତିଶୃତି କେତେଦୂର ପାଳନ କରୁଛି ତାହା ଦେଖିବାର କଥା l

Leave A Reply

Your email address will not be published.