ଓଡିଆଇ କ୍ରିକେଟରୁ ଅବସର ଘୋଷଣା କଲେ ବେନ ଷ୍ଟୋକ୍ସ

ଲଣ୍ଡନ,୧୮।୭: ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ବେନ ଷ୍ଟୋକ୍ସ ଦିନିକିଆ କ୍ରିକେଟରୁ ଅବସର ନେଇଛନ୍ତି। ସୋମବାର ସେ ଏହା ଘୋଷଣା କରିଛନ୍ତି। ମଙ୍ଗଳବାର ଷ୍ଟୋକ୍ସ ତାଙ୍କ ଦିନିକିଆ କ୍ୟାରିୟରର ଶେଷ ମ୍ୟାଚ ଖେଳିବେ। ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ମଙ୍ଗଳବାରଠାରୁ ଆରମ୍ଭ ହେବ। ଏହି ସିରିଜ୍‌ର ପ୍ରଥମ ମ୍ୟାଚ ଖେଳି ଷ୍ଟୋକ୍ସ ଅବସର ନେବେ। ସେ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି।
୩୧ ବର୍ଷୀୟ ଷ୍ଟୋକ୍ସ ଏପର୍ଯ୍ୟନ୍ତ ୧୦୪ଟି ଦିନିକିଆର ୮୯ ଇନିଂସରେ ୨୯୧୯ ରନ ସଂଗ୍ରହ କରିଛନ୍ତି। ତାଙ୍କର ହାରାହାରି ୩୯.୪୫ ରହିଛି। ଦିନିକିଆରେ ତାଙ୍କର ସର୍ବାଧିକ ସ୍କୋର ହେଉଛି ୧୦୨ ରନ୍‌। ସେ ଏହି ଫର୍ମାଟରେ ତିନି ଶତକ ଏବଂ ୨୧ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏଥିସହିତ ବୋଲିଂରେ ସେ ୮୭ ଇନିଂସରେ ୭୪ ଉଇକେଟ ନେଇଛନ୍ତି।

Leave A Reply

Your email address will not be published.