କନ୍ଧମାଳ ରେ ପୁଣି ଜନନୀ ଯନ୍ତ୍ରଣା , ରାସ୍ତା ସାଜିଛି ବାଧକ, ଦୋଳା ରେ ବୁହାହେଲେ ଗର୍ଭବତୀ

ଫୁଲବାଣୀ -2/08 କନ୍ଧମାଳ ରେ ପୁଣି ଜନନୀ ଯନ୍ତ୍ରଣା l ଖଟିଆ ରେ ବୁହାହେଲେ ଗର୍ଭବତୀ l ବର୍ଷା ସାଙ୍ଗକୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଥିଵା ଫଳରେ ଆମ୍ବୁଲାନ୍ସ ଗାଂ କୁ ଯାଇପାରୁନି l ବାଧ୍ୟହୋଇ ରୋଗୀକୁ କେଉଁଠି ଦୋଳାରେ ତ ଆଉ କେଉଁଠି ଖଟିଆରେ ବୁହାହେଉଛି l ଅଭିଯୋଗ ହେଲେ ବି ପ୍ରଶାସନ ଶୁଣୁନି କୁଆଡେ l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ ସାରଙ୍ଗଡ଼ଟେଟେରା ଗାଂ ରେ l ସାରଙ୍ଗଡ଼ ର ଟେଟେରା ଗାଁ ମୂଖ୍ୟ ରାସ୍ତା ଠାରୁ ୨/୩ କିମି ଦୂରରେ ରହିଛି lଗାଁ କୁ ଯିବାକୁ ପିଚୁ ରାସ୍ତା ନାହିଁ ଏପଟେ କାଳିପେନୁ ନଦୀ ରହିଛି l ଫଳରେ ଗାଁ ର ଅରୂଣ ପ୍ରଧାନ ଙ୍କ ପତ୍ନୀ ଆରତୀ ଙ୍କ ପ୍ରସବ ବେଦନା ହେବାରୁ ତ l ଙ୍କୁ ଆଶାକର୍ମୀ ଓପରିବାର ଲୋକଙ୍କ ସହାୟତାରେ ଦୋଳା ରେ ଆମ୍ବୁଲାନ୍ସ ପାଖକୁ ଆଣି ବାକୁ ପଡିଥିଲା lସେଠାରୁ ଆମ୍ବୁଲାଏନ୍ସ ରେ ତାଙ୍କୁ ସାରଙ୍ଗଡ଼ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା ଆଉ ସେଠାରେ ଆରତୀ ଏକ ପୁତ୍ର ସନ୍ତାନ କୁ ଜନ୍ମଦେଇଥିଲେ l କେବଳ ଏହି ଗୋଟିଏ ଗାଂ ନୁହେଁ ଜିଲାର ଏକ ହଜାର ରୁ ଉର୍ଦ୍ଧ ଗ୍ରାମ ଏଭଳି ରହିଛି ଯାହାକି ବର୍ଷାଦିନରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ଗ୍ରାମବାସୀଙ୍କୁ l ସରକାର ଓଜିଲା ପ୍ରଶାସନ ଏଥିପ୍ରତି ଦ୍ରୁଷ୍ଟି ଦେବାକୁ ଦାବୀ ହେଊଛିl

Leave A Reply

Your email address will not be published.