ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଡ୍ରାଇଭର ମହାସଂଘ, ଆନ୍ଦୋଳନରେ ପଡିଲା ପୂର୍ଣ୍ଣଛେଦ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ଡ୍ରାଇଭର ମହାସଂଘ । ଗତ ଦୁଇ ଦିନ ଧରି ଡ୍ରାଇଭର ମହାସଂଘ ପକ୍ଷରୁ ଭୁବନେଶ୍ୱର ରେ ଆନ୍ଦୋଳନ ଚାଲିଥିଲା । ଶୁକ୍ରବାର ଅପରାହ୍ନରେ ମହାସଂଘର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନଙ୍କର ଦାବି ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ ଆଲୋଚନା କରିଥିଲେ। ମାସକ ମଧ୍ୟରେ ଡ୍ରାଇଭର ମହାସଂଘର ଦାବି ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ଆଶ୍ବାସନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପରେ ମହାସଂଘର ସଦସ୍ୟ ମାନେ ଲିଙ୍ଗରାଜ ମନ୍ଦିରକୁ ଯାଇ ଠାକୁର ଦର୍ଶନ କରିଛନ୍ତି। ଲିଙ୍ଗରାଜ ମନ୍ଦିର ଯାଇ ଠାକୁରଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି । ଏଥିସହ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସକାରାତ୍ମକ ପ୍ରତିଶ୍ରୁତି ମିଳିଥିବାରୁ ଆନ୍ଦୋଳନ ସ୍ଥଳରେ ସେମାନେ ଉତ୍ସବ ମନାଇଛନ୍ତି । ଦଣ୍ଡବତ ଯାତ୍ରା ସଫଳ ହୋଇଛି ବୋଲି ଡ୍ରାଇଭର ସଂଘ କହିଛନ୍ତି । ଏଥିସହ ସରକାର ଓ ଜଗନ୍ନାଥଙ୍କ ଉପରେ ଆମ ସମ୍ପୂର୍ଣ୍ଣ ବିଶ୍ବାସ ଅଛି ବୋଲି କହିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ଚିତ୍ରକୋଣ୍ଡା ବ୍ଲକ ଆଡମିନ ଅନନ୍ତ ସଗରୀୟା, ସଭାପତି ଶୁକଦେବ ମାଝୀ, ଉପସଭାପତି ପୂର୍ଣଚନ୍ଦ୍ର ମାଝୀ, ସମ୍ପାଦକ ମନୋଜ କୁମାର ମହାନ୍ତି, ଚିତ୍ରକୋଣ୍ଡା ଜିପି ଆଡମିନ ବାବୁନା ସଗରୀୟା, ଚିତ୍ରକୋଣ୍ଡା ଜିପି ଆଡମିନ ଗୁରୁନାଥ ହରିଜନ, ଟନେଲ କ୍ୟାମ୍ପ ଜିପି ଆଡମିନ ମନୋଜ କୁମାର ଲାଲ ଉପସ୍ଥିତ ଥିଲେ ।

Leave A Reply

Your email address will not be published.