ମାଲକାନଗିରି ଜିଲ୍ଲା ଅମଲା ସଂଘ ପକ୍ଷରୁ ଗ୍ରେଡ ପେ ବୃଦ୍ଧି ଦାବି ନେଇ ଶୋଭାଯାତ୍ରା ଓ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବି ପତ୍ର

ମାଲକାନଗିରି,୧୫।୧୧ (S.N. PANDA): ଓଡ଼ିଶା ଅମଲା ସଙ୍ଘ ମାଲକାନଗିରି ଜିଲ୍ଲା ଶାଖା ଜିଲ୍ଲା ସଭାପତି ଲକ୍ଷ୍ମୀ ନାରାୟଣ ସେଠିଙ୍କ ନେତୃତ୍ୱରେ ଆଜି ଶତାଧିକ ଅମଲା ମାନେ ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରୁ ଏକ ବିରାଟ ଶୋଭଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି। ଦାବି ଗୁଡିକ ମଧ୍ୟରେ ମୁଖ୍ୟତଃ ୨୦୧୭ ମସିହା ଠାରୁ ଅମଲାମାନଙ୍କୁ ସ୍ନାତକ ସହିତ କମ୍ପ୍ୟୁଟର ତାଲିମ ନେଇ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନଙ୍କ ଦରମା ଅଧିକ କରାଯାଇ ନାହିଁ। ତେଣୁ ଅମଲାଙ୍କୁ ଯୋଗ୍ୟତା ଅନୁସାରେ ୯ ହଜାର ୩ ଶହ ଟଙ୍କା ଓ ଗ୍ରେଡ-ପେ ୪ ହାଜର ୨ ଶହ ଟଙ୍କା ଦେବାକୁ ଦାବି କରାଯାଇଛି। ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ରାଜ୍ୟ ସରକାର ସେମାନଙ୍କ ଦାବି ପ୍ରତି ଗୁରୁତ୍ବ ଦେଉନଥିବାରୁ ଆସନ୍ତା ୨୭ ତାରିଖ ଦିନ ଭୁବେଶ୍ଵରଠାରେ ହେବାକୁ ଥିବା ଏକ ବିରାଟ ଆନ୍ଦୋଳନରେ ଯୋଗ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ଅବସରରେ ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ଅମଲା ସଂଘର ଉପସଭାପତି ଶ୍ୟାମସୁନ୍ଦର ନାୟକ, ସମ୍ପାଦକ କିଶୋର ଚନ୍ଦ୍ର ସାହୁ, ଲକ୍ଷ୍ମୀଧର ଦାଶ, ସି. ଏଚ ରମେଶ ପ୍ରମୁଖ ଶତାଧିକ ସଭ୍ୟ ଓ ସଭ୍ୟା ମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.