mobile header

ସୋଆରେ ସୂର୍ଯ୍ୟମୂଖି ଓ ସୋରିଷ ଚାଷ ତାଲିମ ନିମନ୍ତେ କର୍ମଶାଳା ଆୟୋଜିତ

ଭୁବନେଶ୍ୱର, ୧୬/୧୨: ଲାଇଭ୍‌ଲିହୁଡ ଅଲ୍‌ଟରନେଟିଭ ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ମିଳିତ ଉଦ୍ୟମରେ ରାଜ୍ୟର ୮ଟି ବ୍ଲକ୍‌ରୁ ଆସିଥିବା ୨୦ ଜଣ ଚାଷୀଙ୍କୁ ସୂର୍ଯ୍ୟମୂଖି ଓ ସୋରିଷ ଚାଷ ତାଲିମ ନିମନ୍ତେ ଏକ ଦିବସୀୟ କର୍ମଶାଳା ସୋଆ କ୍ୟାମ୍ପସ ୪ରେ ଅନୁଷ୍ଠିତ ହୋଇଯାଇଛି ।

ଏହି କର୍ମଶାଳାରେ ସମ୍ମାନିତ ଅତିଥି ଭାବେ ସୋଆ ପରିଚାଳିତ ଇନ୍‌ଷ୍ଟିୁଚ୍ୟଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର (ଡଃ) ବିଜୟ କୁମାର ସାହୁ, ସୋଆ ରିସର୍ଚ୍ଚ ଆଡିସ୍‌ନାଲ୍ ଡିନ୍ ପ୍ରଫେସର (ଡଃ) ପ୍ରିୟବ୍ରତ ପଟ୍ଟନାୟକ, ନାଫେଡ୍ ଅଧିକାରୀ ଶ୍ରୀ ଗୋବିନ୍ଦ ମୁର୍ମୁ, ଜେବିଏମ୍ ପାୟୋନିୟରର ଶ୍ରୀ ଦୀପକ ସାହୁ, ବିଆର୍ ଏଚ୍‌ଆର୍ ମୁଖ୍ୟ ଶ୍ରୀ ଦେବାଶିଷ ଦାସ ଓ ଶ୍ରୀ ଜ୍ଞାନ ରଞ୍ଜନ ଷଢ଼ଙ୍ଗୀ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ ।

ଲାଇଭ୍‌ଲିହୁଡ୍ ଅଲ୍‌ଟର୍‌ନେଟିଭ୍‌ର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ସମ୍ବିତ୍ ତ୍ରିପାଠୀ ସୋରିଷ ଓ ସୂର୍ଯ୍ୟମୂଖି ଚାଷର ଲାଭ ଓ ବଜାର ଚାହିଦା ସମ୍ପର୍କରେ ସୂଚନା ଦେଇ ଏହି ଚାଷ କରିବା ପାଇଁ ଚାଷୀଙ୍କୁ ଆହ୍ୱାନ କରିଥିଲେ ।

ଏହି ତାଲିମ ଶିବିରରେ ଆଇଏଏସ୍‌ର ପ୍ରଫେସର ଓ କୃଷି ବୈଜ୍ଞାନିକମାନେ ଚାଷୀଙ୍କୁ ଚାଷ, ରୋଗ ଓ ପୋକ ନିୟନ୍ତ୍ରଣ ବିଷୟରେ ବିସ୍ତୃତ ପ୍ରଶିକ୍ଷଣ ଦେଇଥିଲେ ।

ଏହି ଶିବିରକୁ ପ୍ରଫେସର ଡକ୍ଟର ଶୁଭପ୍ରଦ ଦାଶ ଓ ଲାଇଭ୍‌ଲିହୁଡ ଅଲ୍‌ଟରନେଟିଭ୍‌ର ମୁଖ୍ୟ ଅପରେଟିଙ୍ଗ ଅଫିସର କେଦାର ଚନ୍ଦ୍ର ପ୍ରଧାନ ପରିଚାଳନା କରିଥିଲେ ।

Leave A Reply

Your email address will not be published.