mobile header

ଦାରିଙ୍ଗବାଡ଼ିରେ ଦକ୍ଷିଣ ଓଡିଶା ନିଉଜ ୭ର ବନ୍ଧୁ ମିଳନ

ଫୁଲବାଣୀ, ୨୧/୨୨: କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିର କିରିକୁଟି ଠାରେ ବୁଧବାର ଦକ୍ଷିଣ ଓଡିଶା ନିଉଜ ୭ ପ୍ରତିନିଧି ମାନଙ୍କର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବା ସହ ଏକ ବନ୍ଧୁ ମିଳନ ଉତ୍ସଵ ଅନୁଷ୍ଠିତ ହୋଇଥିଲା l ଏଥିରେ ନିଉଜ ୭ ଚ୍ୟାନେଲରେ କିଭଳି ଗ୍ରାମାଞ୍ଚଳର ଅଧିକ ଖବର ସ୍ଥାନ ପାଇବ ଓ ଖବର ଯେପରି ଶୀଘ୍ର ଲୋକଙ୍କ ନିକଟରେ ପହଞ୍ଚିପାରିବ ସମସ୍ତଙ୍କ ମଧ୍ୟରେ ଭାଇଚାରା ଓ ସହଯୋଗ ବୃଦ୍ଧି ପାଇବ ସେ ନେଇ ଆଲୋଚନା ହୋଇଥିଲା l ବରିଷ୍ଠ ସାମ୍ବାଦିକ ତଥା ନିଉଜ ୭ର ଜିଲ୍ଲା ପ୍ରତିନିଧି ସୁନୀଲ ପଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ୟୁରୋ ହେଡ଼ ସୁରଜିତ ପଣ୍ଡା ଓ ସମ୍ମାନିତ ଅତିଥି ଭାବେ ଗଜପତି ପ୍ରତିନିଧି ରାମ ଗୋବିନ୍ଦ ଆଚାରୀ ଯୋଗ ଦେଇ ଅଧିକ ରୁ ଅଧିକ ଭଲ ଓ ଦମଦାର ଖବର, ବ୍ରେକିଙ୍ଗ ନିଉଜ ପ୍ରକାଶ ପାଇବ ସେଥି ପ୍ରତି ସମସ୍ତେ ଧ୍ୟାନ ଦେବା ଲାଗି ପରାମର୍ଶ ଦେଇଥିଲେ l ଏଥିରେ ଚ୍ୟାନେଲର ଦର୍ଶକ ସଂଖ୍ୟା ବୃଦ୍ଧି ପାଇବା ସହ ପ୍ରତିନିଧିଙ୍କ ସମ୍ମାନ ବୃଦ୍ଧି ହେବ ବୋଲି କହିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବାଲିଗୁଡା ପ୍ରତିନିଧି ପ୍ରମୋଦ ଦଣ୍ଡସେନା, ଜି. ଉଦୟଗିରି ପ୍ରତିନିଧି ଅରୁଣ ଷଡ଼ଙ୍ଗୀ, ଦାରିଙ୍ଗବାଡ଼ି ପ୍ରତିନିଧି ସୁଶାନ୍ତ ସାହୁ, ଗଜପତି ଜିଲ୍ଲା ମୋହନା ପ୍ରତିନିଧି ବା ବୂଲା ସେଠି, ସାନଖେମୁଣ୍ଡିର ସତ୍ୟ ନାରାୟଣ ପାଢ଼ୀ , ଭଞ୍ଜନଗରର ସୁଶାନ୍ତ ସାହୁ, କନ୍ଧମାଳ କ୍ୟାମେରା ମ୍ୟାନ କାହ୍ନl ପଟନାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ସୁଚିନ୍ତିତ ମତବ୍ୟକ୍ତ କରିଥିଲେ l ସେହିପରି ନିୟୁଜ ୭ ସମ୍ପାଦକ ଦେବାନରାୟଣ ସେଠି ଭରଚ୍ୟୁଆଲ ମାଧ୍ୟମରେ ରହି ଗଠନ ମୂଳକ ପରାମର୍ଶ ଦେଇଥିଲେ l ଏହି ଅବସରରେ କନ୍ଧମାଳ ପ୍ରତିନିଧି ସୁନୀଲ ପଟନାୟକ ବ୍ରହ୍ମପୁର ବ୍ୟୁରୋ ହେଡ଼ ସୁରଜିତ ପଣ୍ଡାଙ୍କୁ ଉପଢୌକନ ଓ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ l

Leave A Reply

Your email address will not be published.