mobile header

୨୭ ତମ ସର୍ବ ଭାରତୀୟ ବୋରାସମ୍ବ କ୍ରିକେଟ କଫ ଟୁର୍ଣ୍ଣାମେଣ୍ଟ: ବରଗଡ଼ ବ୍ଲୁ ଡାଇମଣ୍ଡକୁ ହରାଇ ରାଉରକେଲା ସେମିଫାଇନାଲରେ

ପଦ୍ମପୁର, ୧୦.୧.୨୦୨୩: ବରଗଡ଼ ଜିଲ୍ଲା ପଦ୍ମପୁର ରାଜବୋଡାସମ୍ବର ଖେଳପଡିଆ ଠାରେ ଚାଲିଥିବା ୨୭ ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପର ଆଜି ଦ୍ବିତୀୟ ଦିବସରେ ବରଗଡ଼ ବ୍ଲୁ ଡାଇମଣ୍ଡ ଓ ଆର୍ ଉଆଇ ସିସି ରାଉରକେଲା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଛି। ମ୍ୟାଚ ଆରମ୍ଭରେ ପ୍ରଥମେ ବରଗଡ଼ ଦଳ ଟସ୍ ଜିଣି ରାଉରକେଲା ଦଳକୁ ବେଟିଙ୍ଗ କରିବାର ସୁଯୋଗ ଦେଇଥିଲା। ରାଉରକେଲା ଦଳ ନିର୍ଧାରିତ ୩୦ ଓଭରରେ ସମସ୍ତ ଉଇକେଟ ହରାଇ ୧୪୬ ରନ୍ ସଂଗ୍ରହ କରିଥିଲା । ପ୍ରତିପକ୍ଷରେ ବରଗଡ଼ ଦଳ ସମସ୍ତ ଉଇକେଟ ହରାଇ ମାତ୍ର ୭୫ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇ ରାଉରକେଲା ଦଳ ଠାରୁ ପରାସ୍ତ ହୋଇଥିଲେ ଫଳରେ ଗୃପ ଏରେ ରାଉରକେଲା ଦଳ ସେମିଫାଇନାଲ ମ୍ୟାଚରେ ପ୍ରବେଶ କରିଛି। ଆଜିର ମ୍ୟାଚରେ ରାଉରକେଲା ଦଳର ରଣଜିତ ସିଂ ୪୪ ରନ କରିଥିବା ବେଳେ ବରଗଡ଼ ଦଳର ମିତ୍ର ପ୍ରଧାନ ୫ ଗୋଟି ଉଇକେଟ ନେଇ ଖେଳକୁ ଆକର୍ଷିତ କରିପାରିଥିଲେ । ଆସନ୍ତାକାଲି ତୃତୀୟ ଦିନରେ ଗୃପ ଏ ପୋଲର ପ୍ରଥମ ସେମିଫାଇନାଲ ମ୍ୟାଚ ଆହ୍ଲାବାଦ ଓ ରାଉରକେଲା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ । ଆଜି ଦ୍ବିତୀୟ ଦିନର ଉଦଯାପିତ ସନ୍ଧ୍ୟା ଅବସରର ଅତିଥି ଭାବରେ ବୋରାସମ୍ବର ସ୍ପେଟିଙ୍ଗର ବରିଷ୍ଟ ଉଦ୍ଯେକ୍ତା ପ୍ରଶାନ୍ତ ମହାନ୍ତିଙ୍କ ସମେତ ବରିଷ୍ଠ ସଦସ୍ୟ କପିଲ୍ ଅଗ୍ରୱାଲ, ସୁରଜୀତ ଦୀପ୍, ଧିଆନଚାନ୍ଦ ଲୁହାର ପ୍ରମୁଖ ଯୋଗଦାନ ଦେଇ ଆଜି ମ୍ୟାଚର ମ୍ୟାନ ଅଫ୍ ଦି ମ୍ୟାଚ ଭାବରେ ରାଉରକେଲା ଦଳର ଖେଲାଡି ଆଶିଷ ତିୱାରୀଙ୍କୁ ପୁରସ୍କୃତ କରିଥିଲେ। ଆସନ୍ତା ୧୫ ତାରିଖ ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଏଥର ରାଜ୍ୟ ତଥା ରାଜ୍ୟ ବାହାରୁ ଆଠଟି ଦଳ ଯୋଗଦାନ ଦେଉଛନ୍ତି। ଆସନ୍ତା ୧୫ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ଓ ବିଜେତା ଦଳଙ୍କୁ ୬୦ ହଜାର ନଗଦ ରାଶି ସହ ବୋରା ସମ୍ବର ଟ୍ରଫି, ଉପ ବିଜେତା ଦଳକୁ ୪୦ ହଜାର ନଗଦ ରାଶି ପ୍ରଦାନ କରିବା ପାଇଁ ଘୋଷଣା ହୋଇଛି। ଆଜିର ଦ୍ବିତୀୟ ଦିନର ମ୍ୟାଚକୁ ଅମ୍ପାୟାର ବିଶ୍ବମ୍ବର ମହାକୁଡ ଓ ଶ୍ୟାମ ସୁନ୍ଦର ପଣ୍ଡା ପରିଚାଳନା କରିଥିଲେ।

Leave A Reply

Your email address will not be published.