ଏମ.ଭି-୭୯ ଡ଼ଃ.ଏସ୍.ପି ଡିଗ୍ରୀ ମହାବିଦ୍ୟାଳୟରେ ହକି ବିଶ୍ୱକପ ସଚେତନତା

ମାଲକାନଗିରି, ତା.୧୦.୦୧.୨୦୨୩: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ତାଣ୍ଡବାଇ ପଞ୍ଚାୟତରେ ଗତ ୦୪ ତାରିଖ ଦିନ ମହାବିଦ୍ୟାଳୟରେ ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ହକି ବିଶ୍ୱକପ ପାଇଁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ରଙ୍ଗୋଲି, ଚିତ୍ର, ତର୍କ ପ୍ରତିଯୋଗିତାରେ ଅନୁଷ୍ଠିତ ହୋଇଯାଇଛି। ହକି ବିଶ୍ୱକପ ଓଡ଼ିଶା ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଏହାର ପ୍ରଚାର ପ୍ରସାର ପାଇଁ ଗାଁ ଗାଁରେ ପହଞ୍ଚିବା ସହ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ସଚେତନତା କାର୍ଯ୍ୟକ୍ରମ ସହ ପ୍ରତିଯୋଗିତା ମାନ ହେଉଛି।ଏହି ଅବସରରେ ଡ଼ଃ. ଏସ୍. ପି ଡିର୍ଗ୍ରୀ ମହାବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀକୁ ନେଇ ଏକ ରାଲି କରାଯିବା ସହ ଅଧ୍ୟକ୍ଷା ଶ୍ରୀମତୀ ପ୍ରବାସିନୀ ମହାପାତ୍ରଙ୍କ ସଭାପତିତ୍ୱରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଓ ଅଣ ଶିକ୍ଷକ କର୍ମଚାରୀ ଯୋଗ ଦେଇଥିଲେ। ଶେଷରେ ଅଧ୍ୟାପିକା ଶ୍ରୀମତୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.