ମଣ୍ଡିରେ ଚାଷୀଙ୍କ ଧାନ କଟନି ଛଟନି: ଟୋକେନ୍ ଅବ୍ୟବସ୍ଥାକୁ ନେଇ ୧୫ରେ କଂଗ୍ରେସର ଧାରଣା

ମାଲକାନଗିରି: ମାଲକାନଗିରି ଜିଲ୍ଲା ରେ ଧାନ ମଣ୍ଡିରେ ଅବ୍ୟବସ୍ଥା ,ଚାଷୀଙ୍କୁ ଟୋକେନ ଠିକ୍ ଭାବରେ ନ ମିଳିବା, ଚାଷୀଙ୍କ ଧାନ ୮ରୁ ୧୦ କେଜି ଧାନ କ୍ୟୁଣ୍ଟାଲ ପିଛା କଟନି ଛଟନି ହେବା ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଗାମୀ ୧୫ ତାରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି। ଆଜି ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଚେତାବନୀ ଦେଇଛନ୍ତି । ଜିଲ୍ଲାରେ ୬୬ଟି ମଣ୍ଡିରେ ସବୁଆଡ଼େ ଦଲାଲ ସକ୍ରିୟ, ଚାଷୀଙ୍କୁ ଅମଳ ଧାନକୁ ଆଂଶିକ ଭାବରେ କ୍ରୟ କରିବା ପାଇଁ ଟୋକେନ ପ୍ରଦାନ କରାଯାଉଛି । ବଳକା ଧାନ ମଣ୍ଡିରେ ଓ ଖଳାରେ ପଡ଼ିରହୁଛି । ପୁଣି ମଣ୍ଡିରେ ଚାଷୀ ଆଣିଥିବା ଧାନକୁ କଟନି ଛଟନି କରାଯାଉଛି ,ଚାଷୀଙ୍କ ଧାନ ବସ୍ଥା ମଧ୍ୟ ଫେରାଯାଉ ନାହିଁ ଫଳରେ ଚାଷୀ ହତାଶ ହୋଇ ଅନ୍ୟ ରାଜ୍ୟରେ ବିକ୍ରି କରିବା ପାଇଁ ବାଧ୍ୟ ହେଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଲ୍ୟାମ୍ପ ,ଯୋଗାଣ ଅଧିକାରୀ ଓ ମିଲ ମାଲିକଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ରହିଛି । ପୁଣି ଚାଲିଥିବା ମାଲ୍ୟାବନ୍ତ ମହୋତ୍ସବରେ କଂଗ୍ରେସର ଜନ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାନଯାଇ ଅଣଦେଖା କରାଯାଉଥିବାର କଂଗ୍ରେସ ଅଭିଯୋଗ କରିଛି । ତେଣୁ ଜିଲ୍ଲା ପ୍ରଶାସନ ଆଗାମୀ ୧୪ ତାରିଖ ସୁଦ୍ଧା ଏହି ସବୁ ଚାଷୀ ସମସ୍ୟାର ସମାଧାନ ନହେଲେ ୧୫ ତାରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ବସ୍ତା ଗଦା କରି ଧାରଣା ଦିଆଯିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ର ଚେତାବନୀ ଦେଇଛନ୍ତି । ଏହି ଅବସରରେ ଜି ଶ୍ରୀନିବାସ ରାଓ, ମଙ୍ଗୁ ଖିଲ ,ଶରତ ଚନ୍ଦ୍ର ବୁରୁଦା, ଇସାକ୍ କୋଷଲା, ଭିମା ୱାରସେ, ସରୋଜ କୁମାର ପାତ୍ର, ପଦ୍ମ ପାଙ୍ଗି, ପ୍ରଭାକର ପାଳ, ରହିମ ଖାନ, ଛବି ଦାସ ଓ ଅନ୍ୟାନ୍ୟ କଂଗ୍ରେସ ନେତ୍ରୁ ବର୍ଗ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.