ନୂତନ ଗାଦି ପ୍ରତିଷ୍ଠା ସହ ଶନିଦେବଙ୍କ ପୂଜା ପାଳିତ

ବଡ଼ଚଣା: ବଡ଼ଚଣା ବ୍ଲକ କୁନ୍ଦଳ ପଞ୍ଚାୟତ ଗରଗାଲି ଗ୍ରାମରେ ଆଜି ଶନିଦେବଙ୍କ ନୂତନ ଗାଦି ପ୍ରତିଷ୍ଠା ସହ ଶନିଙ୍କ ପୂଜା ଖୁବ ଆଡମ୍ବର ସହକାରେ ପାଳିତ ହୋଇଯାଇଛି l ପ୍ରକାଶ ଯେ, ଗ୍ରାମର ମେଳା ବଟ ଠାରେ ଶନିଦେବ କାହିଁ କହୁ ବର୍ଷ କାଳରୁ ପୂଜା ପାଇଁ ଆସୁଛନ୍ତି l ଯେଉଁ ଜାଗାରେ ପୂଜା ପାଉଥିଲେ କାଳ କ୍ରମେ ସେହି ଜାଗାଟି ଭାଙ୍ଗିଯିବା ସହ ମଣ୍ଡପଟି ଦବି ଯାଇଥିଲା l ଯାହା ଦ୍ୱାରା ଶନିଦେବଙ୍କ ଆସ୍ଥାନଟି ଠିକ ସେ ଲୋକ ଲୋଚନକୁ ଆସିପାରୁନଥିଲା l ଚଳିତ ବର୍ଷ ଗ୍ରାମବାସୀଙ୍କ ଉଦ୍ୟମ ଓ ନିଷ୍ଠା ଫଳରେ ଏକ ନୂତନ ମଣ୍ଡପ ତିଆରି କରାଯାଇଥିଲା l ସେହି ମଣ୍ଡପଟିକୁ ଆଜି ଶନିଦେବଙ୍କ ପୂଜା ଥିବାରୁ ତାହାକୁ ଆଜି ପ୍ରତିଷ୍ଠା କରାଯାଇ ସେହି ଜାଗାକୁ ଅଣାଯାଇଥିଲା l ଆଜି ନୂଆ ଅସ୍ଥାନରେ ବସି ପୂଜା ପାଇଥିବା ଶନିଦେବ ଖୁବ ସୁନ୍ଦର ପରିବେଶ ସୃଷ୍ଟି କରିଛି l ଆଜି ଶନିଙ୍କ ଓଷା ଥିବାରୁ ଗାଁ ମେଳା ବଟ ଠାରେ ଏକ ଅପୂର୍ବ ମୟ ପରିବେଶ ଦେଖା ଦେଇଥିଲା l ଗ୍ରାମର ଛୋଟ ପିଲା ଠାରୁ ଆରମ୍ଭ କରି ଯୁବକ, ମହିଳା, ବୟସ୍କ ବ୍ୟକ୍ତି ପ୍ରଭୁ ଶନିଦେବଙ୍କ ପୀଠରେ ପହଞ୍ଚି ପୂଜା କରିବା ସହ ଓସ୍ତ ଗଛ ମୂଳେ ନିଜର ମାନସିକ ପୂରଣ କରି ପାଣି ଢାଳିଥିଲେ l ଏହି ପୂଜା ଗ୍ରାମର ପୂଜକ ଭାସ୍କର ପଣ୍ଡାଙ୍କ ଦ୍ୱାରା କରାଯାଇଥିବା ବେଳେ ସୁଧୀର ଚନ୍ଦ୍ର ସାମଲ କର୍ତ୍ତା ଭାବେ ନିଜର ଦାୟିତ୍ୱ ସମାପନ କରିଥିଲେ l ଏହି ପରିପ୍ରେକ୍ଷୀରେ ଗାଁର କୀର୍ତ୍ତନ ମଣ୍ଡଳୀଙ୍କ ଦ୍ୱାରା ଭଜନ କୀର୍ତ୍ତନ କରାଯାଇଥିଲା l ଭକ୍ତ ମାନଙ୍କ ଲାଗି ଗ୍ରାମବାସୀଙ୍କ ପକ୍ଷରୁ ପ୍ରସାଦ ସେବନ କରାଯାଇଥିବା ବେଳେ ଏହି ଭାବ ଭକ୍ତିପୂର୍ଣ୍ଣ କାର୍ଯ୍ୟକ୍ରମଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଖୁବ ସୁରୁଖୁରୀରେ ସପନ୍ନ କରାଯାଇଥିଲା l

Leave A Reply

Your email address will not be published.