ଆଇପିଏସ୍ ବଦଳି: ଦୟାଲ ଗଙ୍ଗୱାର ଅତିରିକ୍ତ ଡିଜିପି ମଡର୍ଣ୍ଣାଇଜେସନ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଆଇପିଏସ୍ ଅଫିସରସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି । ରେଳବାଇ ଓ ଉପକୂଳ ସୁରକ୍ଷାର ଅତିରିକ୍ତ ଡିଜି ୧୯୯୮ ବ୍ୟାଚ୍ ଆଇପିଏସ୍ ଅଫିସର ଦୟାଲ ଗଙ୍ଗୱାରଙ୍କୁ ପୁଲିସ ଆଧୁନିକୀକରଣ (ମଡର୍ଣ୍ଣାଇଜେସନ)ର ଅତିରିକ୍ତ ଡିଜି ଭାବେ ବଦଳି କରାଯାଇଛି ।

ଆଜି ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୯୯୮ ବ୍ୟାଚ୍ ଆଇପିଏସ୍ ରାଜେଶ କୁମାରଙ୍କୁ ରେଳବାଇ ଓ ଉପକୂଳ ସୁରକ୍ଷା ଅତିରିକ୍ତ ଡିଜି ଭାବେ ବଦଳି ହୋଇଛି । ସେ ଅତିରିକ୍ତ ଭାବେ ଭୁବନେଶ୍ୱରସ୍ଥିତ ରାଜ୍ୟ ଫୋରେନ୍ସିକ ସାଇନ୍ସ ଲ୍ୟାବ୍ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇବେ । ରାଜେଶ କୁମାର ଏବେ ଏଡିଜି ମଡ଼ର୍ଣ୍ଣାଇଜେସନ ଭାବେ କାର୍ଯ୍ୟ କରୁଛନ୍ତି ।

ସେହିପରି ୨୦୦୭ ବ୍ୟାଚ୍ ଆଇପିଏସ୍ ଅବିନାଶ କୁମାରଙ୍କୁ ଭୁବନେଶ୍ୱର-କଟକର ଅତିରିକ୍ତ ପୁଲିସ କମିଶନର ଭାବେ ବଦଳି ହୋଇଛି । ସେ ଏବେ ଷ୍ଟେଟ ଆମର୍ଡ ପୁଲିସର ଡିଆଇଜି ଭାବେ କାର୍ଯ୍ୟ କରୁଛନ୍ତି ।

୨୦୦୯ ବ୍ୟାଚ୍ ଆଇପିଏସ୍ ବ୍ରିଜେଶ କୁମାରଙ୍କୁ ସିକ୍ୟୁରିଟି ୱିଙ୍ଗରେ ଇଣ୍ଟେଲିଜେନ୍ସ ଡିଆଇଜି ଭାବେ ବଦଳି ହୋଇଛି । ସେ ଏବେ ଭୁବନେଶ୍ୱର-କଟକର ଅତିରିକ୍ତ ପୁଲିସ କମିଶନର ଭାବେ କାର୍ଯ୍ୟ କରୁଛନ୍ତି ।

Leave A Reply

Your email address will not be published.