ଫୁଲବାଣୀ ପୌର ପରିଷଦ ପକ୍ଷରୁ ଡ୍ରେନ ନିର୍ମାଣ, ସ୍ଥାନୀୟ ଲୋକେ ଖୁସ

ଫୁଲବାଣୀ, ୨୯/୧୧: ଫୁଲବାଣୀ ପୌର ପରିଷଦ ପକ୍ଷରୁ ସହରକୁ ସ୍ଵଛ, ସୁନ୍ଦର ଓ ସ୍ମାର୍ଟ ସହରରେ ପରିଣତ କରିବାକୁ ଏବେ ପୌର ପରିଷଦ ଅଣ୍ଟା ଭିଡିଛି l ଅଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି ଓ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କ ନିଷ୍ଠାପର ଉଦ୍ୟମ, ଆନ୍ତରିକତା ଓ କାର୍ଯ୍ୟଦକ୍ଷତା ଯୋଗୁଁ ଏସବୁ ସମ୍ଭବ ହୋଇପାରିଥିବା ଜଣାପଡିଛି l ସହରର ସମସ୍ତ ରାସ୍ତା, ଗଳି ରାସ୍ତାରେ ଏବେ ଫେଂବର ବ୍ଲକ ପକାଇ ଉନ୍ନତ ମାନର ରାସ୍ତା ନିର୍ମାଣ କରାଯାଉଛି l ସେହିପରି ଡ୍ରେନ ମଧ୍ୟ ନିର୍ମାଣ କରାଯିବା ସହ ସଫେଇ କରାଯାଉଛି l ପରିବା ମାର୍କେଟ ନିକଟ ଡ୍ରେନ ଉଚ୍ଚା କରାଯିବା ସହ ଏବେ ଢିପ l ସାହିରେ ଡ୍ରେନ ନିର୍ମାଣ ଆରମ୍ଭ ହୋଇଛି l ଏସବୁ ନିର୍ମାଣ କାର୍ଯ୍ୟକୁ ପୋୖରାଧ୍ୟାକ୍ଷା ଶ୍ରୀମତୀ ମହାନ୍ତି ଓ କାର୍ଯ୍ୟନିର୍ବାହୀ ଅଧିକାରୀ ବେହେରା ନିଜେ ଉପସ୍ଥିତ ରହି ତଦାରଖ କରୁଛନ୍ତି l କାର୍ଯ୍ୟ ଯେପରି ଉନ୍ନତ ମାନର ହେବ ସେଥି ପ୍ରତି ସତର୍କ ନଜର ରଖିଛି ପୋୖର ପ୍ରଶାସନ l ଡ୍ରେନ ନଥିବାରୁ ବର୍ଷା ପାଣି ଓ ନାଳ ପାଣି ଠିକ ଭାବେ ନିଷ୍କାସିତ ହୋଇନପାରି ଲୋକଙ୍କ ଘରେ ପଶୁଥିଲା ଓ ରାସ୍ତାରେ ଯାଉଥିଲା l ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀହେଉଥିଲେ l ଏବେ ଡ୍ରେନ ନିର୍ମାଣ ପରେ ଲୋକେ ବେଶ ଖୁସିବ୍ୟକ୍ତ କରିଵା ସହ ପୋୖରାଧ୍ୟକ୍ଷl ଶ୍ରୀମତି ସ୍ମିତାରାଣୀ ମହାନ୍ତି ଓ ନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କୁ ସାଧୁବାଦ ଜଣାଇଛନ୍ତି l

Leave A Reply

Your email address will not be published.