ପ୍ରଶାସନ କି ରାଜ୍ୟ ସରକାର ଶୁଣିଲେନି: ଇଚ୍ଛା ମୃତ୍ୟୁ ଲୋଡିଲେ ଭିନ୍ନକ୍ଷମ ଦମ୍ପତି

ଫୁଲବାଣୀ, ୧୨/୧୨: ନିଜର ହକ ପାଇବା ପାଇଁ ମାସେ କି ଦୁଇମାସ ନୁହେଁ ଦୀର୍ଘ ଚାରି ବର୍ଷ ହେଲା ଲଢ଼ି ଶେଷରେ ପ୍ରଶାସନ ଦ୍ୱାରା ଆକ୍ରୋଶ, ନିର୍ଯ୍ୟାତିତ, ଲାଂଛିତ ଶୋଷିତ ହେଇ ଶେଷରେ ଅନ୍ୟ ଉପାୟ ନ ପାଇ ଇଚ୍ଛା ମୃତ୍ୟୁ ଲୋଡିଛନ୍ତି କନ୍ଧମାଳ ଜିଲ୍ଲା ଚକାପାଦ ଅଞ୍ଚଳର ଭିନ୍ନକ୍ଷମ ଦମ୍ପତି ଦୀପକ କୁମାର ହଂସ ଓ ତାଙ୍କ ପତ୍ନୀ l ଏନେଇ ଦୀପକ ଗତ ୯ ତାରିଖରେ ରାଷ୍ଟ୍ରପତିଙ୍କୁ ରେଜିଷ୍ଟ୍ରି ଯୋଗେ ଚିଠି ଲେଖି ଜଣାଇଛନ୍ତି l ଦୀପକ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ସ୍ତ୍ରୀ ୨୦୧୩ରୁ ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟ କରୁଥିଲେ l ସେଇ ସମୟରେ ସେ ଦୀର୍ଘ ଦିନ ଅସୁସ୍ଥ ହୋଇପଡିଥିଲେ ଫଳରେ ଏହାର ସୁଯୋଗରେ ସ୍ୱାସ୍ଥ୍ୟ ବିଭାଗ ଅଧୀକାରୀ ତାଙ୍କ ଛୁଟି ମଂଜୁର କରିବା ଓ ଅନ୍ୟାନ୍ୟଙ୍କ କାର୍ଯ୍ୟରେ ଜାଣିଶୁଣି ହଇରାଣ କରିଆସୁଥିଲେ l ଏହାର ପ୍ରତିବାଦରେ ପତି ଓ ପତ୍ନୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ l ରାଜ୍ୟ ମାନବାଧିକାର କମିଶନକୁ ଜଣାଇଥିଲେ l ଏହାପରେ ତାଙ୍କୁ ତରବରିଆ ଭାବେ ଡେପୁଟେସସନରେ ଚକାପାଦ ସିଏଚସିକୁ ବଦଳି କରିଥିଲେ l ତେବେ ତାଙ୍କୁ ପୁଣି ଦାରିଙ୍ଗବାଡିକୁ ବଦଳି କରିବା ସହ ତାଙ୍କ ସ୍ତ୍ରୀଙ୍କ ମାନସିକ ସ୍ଥିତି କିପରି ଅଛି ସେନେଇ ଫିଟନେସ ସାର୍ଟିଫିକେଟ ବ୍ରହ୍ମପୁର ମେଡିକାଲ ବୋର୍ଡ଼ରୁ ଦାଖଲ କରିବାକୁ କହିଥିଲେ l ତେବେ ବ୍ରହ୍ମପୁର ବୋର୍ଡ଼ କୌଣସି ଫିଟନେସ ସାର୍ଟିଫିକେଟ ନ ଦେବାରୁ ସେ ଅଗଷ୍ଟ ଚାରି ୨୦୨୨ରେ କଟକ ମାନସିକ ରୋଗ ବିଶେଷଜ୍ଞ ଡା ସାରଦା ପ୍ରସନ ସ୍ୱାଇଁଙ୍କ ନିକଟରେ ପରୀକ୍ଷା କରି ଫିଟନେସ ସାର୍ଟିଫିକେଟ ଆଣିଥିଲେ l ଆଉ ଦାଖଲ କରିବାକୁ ସେପ୍ଟେମ୍ବର ୯ରେ ଦାରିଙ୍ଗବାଡି ମେଡିକାଲକୁ ଯାଇଥିଲେ ହେଲେ ସେଠାରେ ତାଙ୍କ ସାର୍ଟିଫିକେଟ ଗ୍ରହଣ କରାଯାଇନଥିଲା କି ଦାୟିତ୍ୱ ଦିଆଯାଇନଥିଲା l ଫଳରେ ବର୍ଷାଧିକ ଦରମା ଗଣ୍ଡାକ ନପାଇବା ଫଳରେ ଦୁଇ ଓଳା ଦୁଇ ମୁଠା ଖାଇବାକୁ ନ ପାଇ ପର ଘରେ ଆଶ୍ରୟ ନେଇଛନ୍ତି l ଅର୍ଥ ଅଭାବରୁ ପୁଅ ପାଠ ନପଢ଼ି ପାରିବା ଫଳରେ ତାକୁ ବାଲିଗୁଡାର ବନବାସୀ ସ୍ବେଚ୍ଛାସେବୀ ସଙ୍ଗଠନରେ ରଖିଛନ୍ତି l ବର୍ତମାନ ଦୌଡି ଦୌଡ଼ି କେହି ନ ଶୁଣିବା ଫଳରେ ଶେଷରେ ବାଧ୍ୟ ହୋଇ ଇଚ୍ଛା ମୃତ୍ୟୁ ଲୋଡିଛନ୍ତି ଏହି ଭିନ୍ନକ୍ଷମ ଦମ୍ପତି l ରାଷ୍ଟ୍ରପତି ସେମାନଙ୍କ କଥା ବିଚାର କରି ନ୍ୟାୟ ପ୍ରଦାନ କରିବେ ବୋଲି ସେମାନେ ଆଶା ରଖିଛନ୍ତି l

Leave A Reply

Your email address will not be published.