ବିଏସଏଫ୍ ପକ୍ଷରୁ ଜନ ସମ୍ପର୍କ ଶିବିର

ମାଲକାନଗିରି : ମାଲକାନଗିରି ଜ଼ିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଗୋରସେତୁରେ ବିଏସଏଫ ଏବଂ ଛପନ ଭୋଗ ଅନୁଷ୍ଠାନ ପକ୍ଷରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ବିଏସଏଫ ୯ ବାଟାଲିୟନର କମାଣ୍ଡାଣ୍ଟ ସଞ୍ଜୟ କୁମାର ଦାସ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ବିଜୟ କଚ୍ଛପ, ଡେପୁଟି କମାଣ୍ଡାଣ୍ଟ ସୁଭଞ୍ଜନ ମହାପାତ୍ର ସମେତ ଭୁବନେଶ୍ୱରରୁ ଆସିଥିବା ଛପନ ଭୋଗର ସତ୍ୟବ୍ରତ ମହାନ୍ତି, ସାମ୍ବାଦିକ ଭକ୍ତ ତ୍ରିପାଠୀ, ମାନସ ସାହୁ ପ୍ରମୁଖ ଉପସ୍ଥିତ ରହି ଶୁଭ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗୋରାସେତୁ ଗ୍ରାମ ସମେତ ପଣସପୁଟ, ପଲସପଦର, ସିନ୍ଧିପୁଟ ସହ ବହୁ ଗ୍ରାମର ପ୍ରାୟ ୧୫ ଶହରୁ ଉର୍ଦ୍ଧ ମହିଳା ପୁରୁଷ ଏକତ୍ରିତ ହୋଇଥିଲେ । ଲୋକଙ୍କ ସହ ଯବାନ ଏବଂ ଭୁବନେଶ୍ୱରରୁ ଆସିଥିବା ଛପନ ଭୋଗର ସଦସ୍ୟମାନେ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ପରେ ଉପସ୍ଥିତ ସମଗ୍ର ଗ୍ରାମବାସୀଙ୍କୁ ବିଏସଏଫ ଏବଂ ଛପନ ଭୋଗ ତରଫରୁ ବସ୍ତ୍ର ଓ କିଛି ନିତ୍ୟ ଵ୍ୟଵହାର ସାମଗ୍ରୀ ସମେତ ପାଠ୍ୟ ଉପକରଣ ଓ ଖେଳ ସାମଗ୍ରୀ ପ୍ରଦାନ କରାଯାଇଥିଲା । ବିଏସଏଫ ସଦା ସର୍ବଦା ଲୋକଙ୍କ ସହ ରହିଛି ଓ ଆଗକୁ ମଧ୍ୟ ରହିବ ଏବଂ ନିଜର ଦଇତ୍ଵ ସୁଚାରୁ ରୂପେ ପ୍ରତିପାଦନ କରିବା ବୋଲି ବିଏସଏଫ ଅଧିକାରୀ ମାନେ ପ୍ରକାଶ କରିଥିଲେ ।

Leave A Reply

Your email address will not be published.