ପ୍ରେସ୍‌କ୍ଲବ ଦଶପଲ୍ଲାର ୧୧ ତମ ବାର୍ଷିକ ଉତ୍ସବ ଓ ନୂତନ ଗୃହ ଉଦ୍‌ଘାଟନ


ନୟାଗଡ଼: ପ୍ରେସ କ୍ଲବ ଦଶପଲ୍ଲାର ନୂତନ ଗୃହ ଉଦ୍‌ଘାଟନ ସହ ୧୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ରମେଶ ଚନ୍ଦ୍ର ବେହେରା ନୂତନ ଗୃହ ଏବଂ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଉକ୍‌ôଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର ଯୋଗ ଦେଇଥିଲେ । ସେହିଭଳି ବରେଣ୍ୟ ଅତିଥି ଭାବେ ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟଙ୍କ ସମେତ ନୟାଗଡ ମୁନିସିପାଲ୍‌ଟି ପୈାରାଧ୍ୟକ୍ଷା ନିରୁପମା ଖଟେଇ, ପଂଚାୟତ ସମିତି ଅଧ୍ୟକ୍ଷା ସୁନନ୍ଦା ସାହୁ, ଉକ୍‌ôଳ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ଶ୍ରୀକାନ୍ତ ଖଟେଇ, ବିଡିଓ ବିଶ୍ୱ ରଂଜନ ବିଶ୍ୱାସ, ଏନ୍‌ଏସି ନିର୍ବାହୀ ଅଧିକାରୀ ଦେବବ୍ରତ କର, ଏନ୍‌ଏସି ଉପାଧ୍ୟକ୍ଷ କିଶୋର ଚନ୍ଦ୍ର ଦାଶ ଯୋଗ ଦେଇଥିଲେ । ଗ୍ରାମାଚଂଳର ବିଭିନ୍ନ କୋଣ ଅନୁକୋଣରେ ଥିବା ସମସ୍ୟା ଗୁଡିକୁ ସରକାରଙ୍କ ଲୋକ ଲୋଚନକୁ ଆଣିବାରେ ବ୍ଲକସ୍ତରର ସାମ୍ବାଦିକଙ୍କ ମୁଖ୍ୟ ଭୂମିକା ରହିଛି । ବଡକଥା ହେଉଛି ରାଜ୍ୟରେ ଦିନକୁ ଦିନ ସାମ୍ବାଦିକଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରାଯିବା ସହ କେଉଁଠି ଆକ୍ରମଣ କରାଯାଉଛି ତ ପୁଣି କେଉଁଠି ହତ୍ୟା ଧମକ ମିଳୁଛି । ଏହାରି ମଧ୍ୟରେ ନିର୍ଭିକତାର ସହ ବିଭିନ୍ନ ଖବର ପ୍ରସାରଣ କରିବାକୁ କୁଣ୍ଠାବଦ୍ଧ ହେଉନଥିବା ବେଳେ ତୁରନ୍ତ ସରକାର ଏଦିଗରେ ଦୃଷ୍ଟି ଆକର୍ଷଣ କରିବା ସହ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ପାଇଁ ଉକ୍‌ôଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ଶ୍ରୀ କର ଦାବି ଉପସ୍ଥାପନ କରିଥିଲେ । ସେହିଭଳି ସାମ୍ବାଦିକଙ୍କ ଚିକତ୍ସା ପାଣ୍ଠିକୁ ୨ ଲକ୍ଷରୁ ୭ ଲକ୍ଷ ଟଙ୍କା ବୃଦ୍ଧି କରିବା ଏବଂ ୬୦ ବର୍ଷରୁ ଉର୍ଦ୍ଧ୍ୱ ସାମ୍ବାଦିକଙ୍କୁ ପେନ୍‌ସନ ଲାଗୁ କରିବା ପାଇଁ ସେ ଦାବି କରିଥିଲେ । ଆଜିର ସମାଜରେ ସାମ୍ବାଦିକଙ୍କ ନିଷ୍ଠାପରତା ଉପରେ ଗୁରୁତ୍ୱାରୋପ କରିବା ସହ ଏସବୁ ଦାବି ଉପରେ ଯଥା ସମ୍ଭବ ବିଧାନସଭାରେ ଉପସ୍ଥାପନ କରିବା ପାଇଁ ବିଧାୟକ ଶ୍ରୀ ବେହେରା ପ୍ରତିଶୃତି ଦେଇଥିଲେ । ପ୍ରେସ କ୍ଲବର ସଭାପତି ପ୍ରଶାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଅତିଥି ପରିଚୟ ପ୍ରଦାନ କରିବା ସହ ସଂଯୋଜନା କରିଥିଲେ । ସମ୍ପାଦକ ପ୍ରଫୁଲ୍ଲ କୁମାର ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ନବକିଶୋର ମିଶ୍ର ଓ ଗଙ୍ଗାଧର ରଣାଙ୍କ ସମେତ କ୍ୟାମେରା ମ୍ୟାନ ବିଶ୍ୱନାଥ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସଭାପତି ଶ୍ରୀ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରେସକ୍ଲବର କୋଷାଧ୍ୟକ୍ଷ ମନୋରଂଜନ ଷଡଙ୍ଗୀ, ସହ ସମ୍ପାଦକ ପ୍ରକାଶ କୁମାର ପାଣି, ଗଙ୍ଗାଧର ରଣା, ସୁରେଶ ଚନ୍ଦ୍ର ବେହେରା ଏବଂ କିଶୋର ଚନ୍ଦ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

Leave A Reply

Your email address will not be published.