ପ୍ରଥମ କରି ଧୁମ ଧାମ ରେ ପାଳିତ ହେଲା ସିବ ପାର୍ବତୀ ବିବାହ

ମାଲକାନଗିରି

  • ସାରା ରାଜ୍ୟରେ ପର୍ବ ପର୍ବାଣୀ , ବେଶ ଭୁଷା ଓ ଚାଲି ଚଲିଣି ପାଇଁ ମାଲକାନଗିରି ଜିଲ୍ଲା ସଦା ସର୍ବଦା ଚର୍ଚ୍ଚାରେ ରହି ଆସିଛି । ଜିଲ୍ଲାରେ ପ୍ରତି 2 ବର୍ଷକୁ ଥରେ ବଡ ଯାତ୍ରା ହେବା ସହ ଜିଲ୍ଲାରେ ରହୁଥିବା ଆଦିବାସୀ , ବଣ୍ଡା , କୋୟା ଏବଂ ଅନେକ ଧର୍ମ ର ଲୋକେ ପ୍ରତି ବର୍ଷ ନିଜ ନିଜ ପୂଜାକୁ ବେଶ ଧୁମ ଧାମ ରେ ପାଳନ କରିଥାନ୍ତି । କିନ୍ତୁ ଚଳିତ ବର୍ଷ ଜିଲ୍ଲାରେ ଥିବା ନୀଳକଣ୍ଠେଶ୍ୱର ମନ୍ଦିରରେ ପ୍ରଥମ ଥର ପାଇଁ ଶିବ ପାର୍ବତୀ ବିବାହ ହୋଇଛି ।
  • ହିନ୍ଦୁ ଧର୍ମରେ 33 କୋଟି ଦେବା ଦେବୀଙ୍କୁ ପୂଜାର୍ଚ୍ଚନା କରାଯାଏ । ତେବେ ପ୍ରତ୍ୟକ ଦେବା ଦେବୀ ପୂଜା ପାଉଥିବା ଅଞ୍ଚଳର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ଥାଏ । ସେହିପରି ମାଲକାନଗିରି ଜିଲ୍ଲାର ତଳସାହି ରେ ଥିବା ନୀଳକଣ୍ଠେଶ୍ୱର ମନ୍ଦିରରେ ଏହି ବର୍ଷ ପ୍ରଥମ କରି ସିବ ପାର୍ବତୀ ବିବାହ କରାଯାଇଛି । ତେବେ ବିବାହର ରୀତି ନୀତି ଅନୁଯାୟୀ ଜିଲ୍ଲାର ଜଣେ ବାସିନ୍ଦା ଚିନ୍ନା ରାଓ ପୁଅର ବାପା ସାଜିଥିବା ବେଳେ କୋଣ୍ଡା ରାଓ ଝିଅର ପିତା ସାଜିଥିଲେ । ବାହାଘର ନିୟମ ପରି ପ୍ରଥମେ ନିର୍ବନ୍ଧ ହୋଇଥିଲା , କାର୍ଡ ବାଣ୍ଟିବା ଏବଂ ଏହା ପରେ ବାହା ଘର ହୋଇଥିଲା । ତେବେ ଏହି ବାହାଘର ପୂଜା ଜିଲ୍ଲାରେ ପ୍ରଥମ ଥର ହୋଇଥିବାରୁ ଜିଲ୍ଲା ବାସୀଙ୍କ ମନରେ ଖୁସିର ଲହରୀ ଖେଳିଯିବା ସହ ଅନେକ ଭକ୍ତ ଦୀର୍ଘ 4 ଦିନ ଧରି ଏହି ପୂଜା କାର୍ଯ୍ୟରେ ନିଜକୁ ନିୟୋଜିତ କରି ଖୁସି ଅନୁଭବ ମଧ୍ୟ କରିଛନ୍ତି । ତେବେ ବାହା ଘର ସମୟରେ ପୁଅ ଯେପରି ବାଜା ବଜାଇ , ନାଚ ଗୀତର ପ୍ରୋସେସନ କରି ଝିଅ ଘରେ ବାହା ହେବା ପାଇଁ ଯାଇ ଥାନ୍ତି ଠିକ ସେହି ଭଳି ମାଲକାନଗିରି ଜିଲ୍ଲାରେ ଥିବା ଜଗନ୍ନାଥ ମନ୍ଦିର ଠାରୁ ପୁଅ ବାହାରି ବାଜା ସହ ନାଚ ଗୀତାର ପ୍ରୋସେସନ କରି ବାହା ହେବା ପାଇଁ ଯାଇଥିଲା । ଏବଂ ଏହାପରେ ବୈଦିକ ରୀତି ନୀତି ଅନୁଯାୟୀ ନୀଳକଣ୍ଠେଶ୍ୱର ମନ୍ଦିରରେ ବାହାଘର କାର୍ଯ୍ୟ ହୋଇଥିଲା । ତେବେ ଏହି କାର୍ଯ୍ୟ ରେ ପୁଅର ପିତା ହୋଇଥିବା ଚିନା ରାଓ ଓ ଝିଅର ପିତା ହୋଇଥିବା କୋଣ୍ଡା ରାଓ ନିଜକୁ ଭାଗ୍ୟ ମନେ କରିବା ସହ । ଏହି ବାହାଘର କରୁଥିବା ପୂଜାରୀ ମଧ୍ୟ ରୀତିନୀତି ଅନୁଯାୟୀ ଏହି ବାହାଘର କରିଛନ୍ତି ଏବଂ ପ୍ରତିବର୍ଷ କରିବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି ।
  • ତେବେ ଜିଲ୍ଲାରେ ଏହିପରି କାର୍ଯ୍ୟକ୍ରମ କୁ ସମସ୍ତ ଲୋକ ପ୍ରଶଂସା କରିଛନ୍ତି ।
Leave A Reply

Your email address will not be published.