ନ୍ୟୁରୋସର୍ଜରୀ ଉପରେ ଢ଼ାକାରେ ଆୟୋଜିତ ସମ୍ମିଳନୀରେ ସୋଆ କୁଳପତି ପ୍ରଫେସର

ଅଶୋକ ମହାପାତ୍ରଙ୍କ ଯୋଗଦାନ

ଭୁବନେଶ୍ୱର, ୦୭/୦୬: ନ୍ୟୁରୋସର୍ଜରୀ କ୍ଷେତ୍ରରେ ଥିବା ସମସ୍ୟା, ଏ ସମ୍ପର୍କିତ ଆହ୍ୱାନ ଓ ଏହାର
ସମାଧାନ ଇତ୍ୟାଦିକୁ ନେଇ ଢ଼ାକାରେ ଅନୁଷ୍ଠିତ ଏକ ସ୧ିଳନୀରେ ଏହି ବିଷୟରେ ବିଭିନ୍ନ ଦିଗ ଉପରେ
ଆଲୋକପାତ କରିଛନ୍ତି ବିଶିଷ୍ଟ ନ୍ୟୁରୋସର୍ଜନ୍ ତଥା ସୋଆ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର
ମହାପାତ୍ର ।
ବାଂଲାଦେଶ ସୋସାଇଟି ଅଫ୍ ନ୍ୟୁରୋସର୍ଜନ୍ସ ପକ୍ଷରୁ ଢ଼ାକା ଠାରେ ଜୁନ୍ ୨ ରୁ ୫ ତାରିଖ ପର୍ଯ୍ୟନ୍ତ
ଆୟୋଜିତ ୧୧ତମ ଆନ୍ତର୍ଜାତିକ ସ୧ିଳନୀ-୨୦୨୨ ରେ “ଗ୍ଲୋବାଲାଇଜେସନ୍ ଆଣ୍ଡ ଚ୍ୟାଲେଞ୍ଜେସ୍ ଇନ୍‌
ନ୍ୟୁରୋସର୍ଜରୀ” ଶୀର୍ଷକ ଆଲୋଚନାଚକ୍ରରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଛନ୍ତି ପ୍ରଫେସର ମହାପାତ୍ର ।
ଯୋଡା ମୁଣ୍ଡ ଶିଶୁଙ୍କୁ ଅଲଗା କରିବା କ୍ଷେତ୍ରରେ ନ୍ୟୁରୋସର୍ଜରୀର ଭୂମିକା ଓ ତାଙ୍କର ନିଜ ଅଭିଜ୍ଞତା
ଉପରେ ସେ ଆଲୋକପାତ କରିଥିଲେ ।
ସ୍ପିରିଚୁଆଲିଜିମ୍ ଆଣ୍ଡ ହେଲ୍‌ଥ, ଚ୍ୟାଲେଞ୍ଜେସ୍ ଆଣ୍ଡ ମ୍ୟାନେଜମେଂଟ ଅଫ୍ କ୍ରାନିଓପାଗସ୍ ବେବିସ୍‌
(ଯୋଡା ମୁଣ୍ଡ ଶିଶୁ), କରେଂଟ ମ୍ୟାନେଜମେଂଟ ଅଫ୍ ଅପ୍ଟିକ୍ ନର୍ଭ ଇଞ୍ଜୁରି, ଇଜ୍ ମାଇନର୍ ହେଡ୍ ଇଞ୍ଜୁରି ଇଜ୍‌
ମାଇନର, ମ୍ୟାନେଜମେଂଟ ଅଫ୍ ସ୍ପ୍ଲିଟ କଡ୍ ମାଲଫରମେସନ୍‌, ମ୍ୟାନେଜମେଂଟ ଅଫ୍ ମାଇଲୋ ସ୍ପିଟୋସିଲ୍ ଓ
ଆଂଟିରିୟର୍ ଏସ୍‌ଫୋଲାସେଲ୍ ଭଳି ସାତଟି ନ୍ୟୁରୋସର୍ଜରୀ ବିଷୟବସ୍ତୁ ଉପରେ ବିସ୍ତୃତ ତଥ୍ୟ ଉପସ୍ଥାପନା
କରିଥିଲେ ପ୍ରଫେସର ମହାପାତ୍ର ।
ଢ଼ାକାରେ ଆୟୋଜିତ ଏହି ସ୧ିଳନୀରେ ଆମେରିକା, ଇଂଲଣ୍ଡ, ଭାରତ, ନେପାଳ ଓ ପାକିସ୍ତାନ ଇତ୍ୟାଦି
୧୦ଟି ଦେଶରୁ ବିଶିଷ୍ଟ ନ୍ୟୁରୋସର୍ଜନ୍ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।
ସ୧ିଳନୀରେ ୨୫୦ ଜଣ ନ୍ୟୁରୋସର୍ଜନ୍ ଓ ୪୦ ଜଣ ଛାତ୍ର ନିଜର ତଥ୍ୟ ଉପସ୍ଥାପନା କରିଥିଲେ ।

Leave A Reply

Your email address will not be published.