ଦେଶରେ ଦେଢ ଲକ୍ଷରେ ପହଞ୍ଚିଲା ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ସଂଖ୍ୟା

ଭାରତ ସ୍ୱାସ୍ଥ୍ୟକ୍ଷେତ୍ରରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଚଳିତ ବର୍ଷ ତଥା ୩୧ ଡିସେମ୍ବର ପୂର୍ବରୁ ୧,୫୦,୦୦୦ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର (ଏବି-ଏଚ୍‌ଡବ୍ଲ୍ୟୁସି) କାର୍ଯ୍ୟକ୍ଷମ ହୋଇଛି । ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ଏହି ସଫଳତା ହାସଲ କରିବା ନିମନ୍ତେ ଦେଶର ପ୍ରୟାସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ଏବଂ ପ୍ରାଥମିକ ସ୍ୱାସ୍ଥ୍ୟସେବା ସୁବିଧା ତଥା ସୁଯୋଗ ପାଇବା କ୍ଷେତ୍ରରେ ଏହି କେନ୍ଦ୍ର ଗୁଡିକ ସମଗ୍ର ଦେଶରେ ନାଗରିକ ମାନଙ୍କୁ ସହାୟତା କରିବେ ବୋଲି ସେ କହିଛନ୍ତି ।

ଏହି ସଫଳତା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟ ଦେଶକୁ ଶୁଭେଚ୍ଛା ଜଣାଇବା ସହ ଭାରତ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଛି ତାହା ସଫଳତାର ସହ ହାସଲ କରିଛି ବୋଲି ଖୁସି ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଦର୍ଶନକୁ ବାସ୍ତବିକତାରେ ପରିବର୍ତ୍ତିତ କରି, ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଏବଂ କେନ୍ଦ୍ର ସରକାରଙ୍କ ସାମୂହିକ ତଥା ସହଯୋଗାତ୍ମକ ପ୍ରୟାସ ଭାରତକୁ ସୁନିଶ୍ଚିତ ବ୍ୟାପକ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ମଡେଲରେ ପରିଣତ କରିଛି ।

କାହାକୁ ପଛରେ ନ ଛାଡି, “ଆନ୍ତୋଦୟ” ର ସିଦ୍ଧାନ୍ତ ଗୁଡିକ ପୂରଣ କରିବାରେ ୧,୫୦,୦୦୦ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର (ଏବି-ଏଚ୍‌ଡବ୍ଲ୍ୟୁସି) ବ୍ୟାପକ ପ୍ରାଥମିକ ସ୍ୱାସ୍ଥ୍ୟ ସେବାରେ ପରିବର୍ତ୍ତନ ଆଣିଛି ଯାହା ସର୍ବଭାରତୀୟ ସ୍ତରରେ ମାଗଣାରେ ଏବଂ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ବୟସର ଲୋକ ମାନଙ୍କୁ ଯତ୍ନର ଏକ ନିରନ୍ତର ଉପାୟ ମାଧ୍ୟମରେ ସେବା ଯୋଗାଇଥାଏ। ବିଭିନ୍ନ ପଦକ୍ଷେପ ଗୁଡିକ ମାଧ୍ୟମରେ ଦେଶରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବାକୁ ସୁନିଶ୍ଚିତ କରି ଏବି- ଏଚ୍‌ଡବ୍ଲ୍ୟୁସି ଇ- ସଞ୍ଜିବନୀ ମାଧ୍ୟମରେ ୮.୫ ଟେଲି ପରାମର୍ଶକୁ ଅତିକ୍ରମ କରିଛି, ଯେଉଁଠାରେ ଦୈନିକ ପ୍ରାୟ ୪ ଲକ୍ଷ ଟେଲି ପରାମର୍ଶ ଦିଆ ଯାଇଥାଏ।

ସାରା ଦେଶରେ ୧୩୪ କୋଟିରୁ ଅଧିକ ଲୋକ ଏବି-ଏଚ୍‌ଡବ୍ଲ୍ୟୁସି ଦ୍ୱାରା ଉପକୃତ ହୋଇଛନ୍ତି ଏବଂ ୮୬.୯୦ କୋଟିରୁ ଅଧିକ ହିତାଧିକାରୀ ମାନଙ୍କର ଅଣ ସଂକ୍ରାମକ ରୋଗ ପାଇଁ ଯାଞ୍ଚ କରାଯାଇଛି , ଯେଉଁଥିରେ ଉଚ୍ଚ ରକ୍ତଚାପ ପାଇଁ ୨୯.୯୫ କୋଟି, ମଧୁମେହ ପାଇଁ ୨୫.୫୬ କୋଟି, ମୁଖ କର୍କଟ ପାଇଁ ୧୭.୪୪ କୋଟି, ସ୍ତନ କର୍କଟ ପାଇଁ ୮.୨୭ କୋଟି ଏବଂ ଗର୍ଭାଶୟ କର୍କଟ ପାଇଁ ୫.୬୬ କୋଟି ହିତାଧିକାରୀ ଅନ୍ତର୍ଭୁକ୍ତ।

ଏ ପର୍ଯ୍ୟନ୍ତ ଏହି କେନ୍ଦ୍ରଗୁଡିକରେ ୧.୬୦ କୋଟିରୁ ଅଧିକ ଆରୋଗ୍ୟ ଅଧିବେଶନ ଅନୁଷ୍ଠିତ ହୋଇ ଯାଇଛି । ଏହା ସହିତ, ଏବି-ଏଚ୍‌ଡବ୍ଲ୍ୟୁସି ଗୁଡିକ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର- ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର (ୟୁପିଏଚ୍‌ସି – ଏଚ୍‌ଡବ୍ଲ୍ୟୁସି) ଅଧୀନରେ ସହରାଂଚଳରେ ୨- ୩ ଟି କେନ୍ଦ୍ର କାର୍ଯ୍ୟକ୍ଷମ କରିଛନ୍ତି, ବର୍ହିରୋଗ ଚିକିତ୍ସାକୁ ମଜବୁତ କରିଛନ୍ତି ଏବଂ ୧୫,୦୦୦ ରୁ ୨୦,୦୦୦ ଲୋକ ମାନଙ୍କୁ ଏହାର ପରିସରଭୁକ୍ତ କରିଛନ୍ତି ।

Leave A Reply

Your email address will not be published.