୨୦୨୪ ମସିହାରେ କ୍ବାଡ୍‌ ଶିଖର ସମ୍ମିଳନୀ ଆୟୋଜନ କରିବ ଭାରତ: ଘୋଷଣା କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାପାନର ହିରୋସିମାଠାରେ କ୍ୱାଡ ଦେଶର ମୁଖ୍ୟମାନଙ୍କ ସହିତ ବୈଠକ କରିଥିଲେ। ଏହି ସମୟରେ ମୋଦୀ କହିଛନ୍ତି ଯେ ୨୦୨୪ରେ ଭାରତରେ କ୍ୱାଡ ସମ୍ମିଳନୀ ଆୟୋଜନ କରି ଆମେ ଖୁସି ହେବୁ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବନିଜ ଏବଂ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଡାଙ୍କ ସହ ହୋଇଥିବା ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ମୁଁ ଏହି କ୍ୱାଡ ସମ୍ମିଳନୀରେ ଭାଗ ନେଇ ଅତ୍ୟନ୍ତ ଖୁସି । ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ(ଇଣ୍ଡୋ-ପାସିଫିକ)ରେ ଶାନ୍ତି ଓ ସମୃଦ୍ଧିକୁ ସୁନିଶ୍ଚିତ କରିବା ପାଇଁ କ୍ୱାଡ଼ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଇଣ୍ଡୋ-ପାସିଫିକ୍ ହେଉଛି ବାଣିଜ୍ୟ, ନବସୃଜନ ଏବଂ ଅଭିବୃଦ୍ଧିର ଏକ ଇଞ୍ଜିନ ।

ଆମେ ଏଥିରେ ଏକମତ ଯେ ଭାରତ-ପ୍ରଶାନ୍ତ ମହାସାଗରର ସୁରକ୍ଷା ଏବଂ ସଫଳତା କେବଳ ଏହି ଅଞ୍ଚଳ ପାଇଁ ନୁହେଁ ବିଶ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏକ ଗଠନମୂଳକ ଏଜେଣ୍ଡା ସହିତ, ଆମେ ଗଣତାନ୍ତ୍ରିକ ମୂଲ୍ୟବୋଧ ଆଧାରରେ ଆଗକୁ ବଢ଼ୁଛୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହୁରି କହିଛନ୍ତି ଯେ ଏହି ଶିଖର ସମ୍ମିଳନୀର ସଫଳ ଅଧ୍ୟକ୍ଷତା ପାଇଁ ମୁଁ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବନିଜଙ୍କୁ ଅଭିନନ୍ଦନ ଜଣାଉଛି | ୨୦୨୪ରେ କ୍ୱାଡ ନେତାଙ୍କ ସମ୍ମିଳନୀ ଆୟୋଜନ କରି ଭାରତ ଖୁସି ହେବ। ଉଲ୍ଲେଖ ଥାଉ କି କ୍ୱାଡ୍ ହେଉଛି ଚାରୋଟି ଦେଶର ଏକ ଗୋଷ୍ଠୀ ଯେଉଁଥିରେ ଭାରତ, ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନ ରହିଛନ୍ତି ।

Leave A Reply

Your email address will not be published.