ବୋରିଗୁମ୍ମାରେ ୮ ନବଜାତ ଶିଶୁଙ୍କ ମୃତ୍ୟୁ ମାମଲା: ନୋଟିସ୍ ଜାରି କଲେ ଜାତୀୟ ମାନବ ଅଧିକାର କମିସନ

ଭୁବନେଶ୍ବର: କୋରାପୁଟ ବୋରିଗୁମ୍ମାରେ ୮ ନବଜାତ ଶିଶୁଙ୍କ ମୃତ୍ୟୁ ମାମଲାକୁ ନେଇ ଜାତୀୟ ମାନବ ଅଧିକାର କମିସନ ଓଡ଼ିଶା ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ନୋଟିସ୍ ଜାରି କରିଛନ୍ତି। ଏନେଇ ଉଭୟଙ୍କୁ ରିପୋର୍ଟ ତଲବ କରାଯାଇଛି। ୪ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ(ଏଟିଆର୍) ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନବ ଅଧିକାର କମିସନ। ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ କୋରାପୁଟ ବୋରିଗୁମ୍ମାରେ ୮ ନବଜାତ ଶିଶୁଙ୍କ ମୃତ୍ୟୁ ମାମଲାକୁ ନେଇ ମାମଲା କରିଥିଲେ। ଏହାପରେ ଜାତୀୟ ମାନବ ଅଧିକାର କମିସନ ଉପରୋକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି।

ସୂଚନାଯୋଗ୍ୟ, କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରେ ନବଜାତ ଶିଶୁ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଥିଲା। ଦଶଦିନ ମଧ୍ୟରେ ୬ ଶିଶୁଙ୍କ ଜୀବନ ଯାଇଥିଲା। ତାପରେ ଏହାପରେ ପୁଣି ଏକ ଶିଶୁ ପୁତ୍ରର ମୃତ୍ୟୁ ଖବର ଆସିଥିଲା। ଶିଶୁ ପୁତ୍ରଟିକୁ ମାତ୍ର ୧୪ ଦିନ ହୋଇଥିଲା। ବୋରିଗୁମ୍ମା ବ୍ଲକର ବଲିଗୁଡା ଗ୍ରାମରେ ଏକ ଶିଶୁ ପୁତ୍ରର ଜୀବନ ଯାଇଛି। ଗ୍ରାମର ଇନ୍ଦ୍ର ମୁଦୁଲିଙ୍କ ସ୍ତ୍ରୀ ରଇବାରି ମୁଦୁଲିଙ୍କ ଶିଶୁ ପୁତ୍ରର ମୃତ୍ୟୁ ଘଟିଛି। ଗତ ୧ ତାରିଖ ଦିନ ବୋରିଗୁମ୍ମା ମେଡ଼ିକାଲରେ ରଇବାରି ମୁଦୁଲିଙ୍କର ଏକ ଶିଶୁ ପୁତ୍ର ଜନ୍ମ ନେଇଥିଲା। ଜନ୍ମ ବେଳେ ଶିଶୁପୁତ୍ରର ଓଜନ ୨କେଜି ୫୦୦ ଗ୍ରାମ ରହିଥିଲା।

୨ ତାରିଖ ଦିନ ମେଡ଼ିକାଲରୁ ରଇବାରି ମୁଦୁଲିଙ୍କୁ ଡିସଚାର୍ଜ କରାଯାଇଥିଲା। ଜନ୍ମିତ ଶିଶୁ ପୁତ୍ରର ସ୍ୱାସ୍ଥ୍ୟବସ୍ଥା ଠିକଠାକ ଥିଲା। କିନ୍ତୁ ଗତକାଲି ରାତିରେ ହଠାତ୍ ଶିଶୁଟିର ସ୍ୱାସ୍ଥ୍ୟ ବସ୍ତା ବିଗିଡି ଯାଇଥିଲା। ଶିଶୁ ପୁତ୍ରଟି ମା କ୍ଷୀର ଖାଇନଥିଲା। ମେଡ଼ିକାଲକୁ ନେବାପାଇଁ ଘର ଲୋକେ ଗାଡି ଡାକିଥିଲେ। ହେଲେ ସେତିକି ବେଳେ ଆଖି ବୁଝିଥିଲା ଶିଶୁ ପୁତ୍ର। ମୃତ ଶିଶୁ ପୁତ୍ରର ଶବକୁ ନିଜ ହାତରେ ଘର ଅଗଣାରେ ତୋପି ଦେଲେ ମାଆ ଓ ବାପା। ଶିଶୁପୁତ୍ରକୁ ନିଜ ଘରକୁ ଆଣିବା ଦିନ ଠାରୁ ମେଡ଼ିକାଲ କର୍ମଚାରୀ କେହି ଆସିନଥିବା ପରିବାର ଲୋକେ ଅଭିଯୋଗ କରିଥିଲେ।

Leave A Reply

Your email address will not be published.