ଆପଣମାନେ ମାଲିକ, ବିଚାର କରିବାର ସମୟ ଆସିଛି: ପ୍ରଣବ ପ୍ରକାଶ

କୁଚିଣ୍ଡାରେ ପ୍ରଣବଙ୍କ ପାୱାର ସୋ

ସମ୍ବଲପୁର, ୨୪/୦୪/୨୦୨୪: ବିଗତ ନିର୍ବାଚନରେ ଆମେ ବିଜେପିର ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜୟୀ କରାଇଥିଲୁ । କିନ୍ତୁ ସାଂସଦ ଭାବରେ ସେ ଯେଉଁ କାମ କରିବା କଥା ତାହା କଲେ ନାହିଁ ।

ଭାରତୀୟ ଜନତା ପାର୍ଟି ପ୍ରତି ଆମର ଆଉ ଭରସା ନାହିଁ । ଯେହେତୁ ଓଡିଶାର ଜଣେ ଦକ୍ଷ ନେତା ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭା ପାଇଁ ପ୍ରାର୍ଥିତ୍ୱ କରୁଛନ୍ତି ଏହା ଆମ ଅଞ୍ଚଳ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ଏ ସୁଯୋଗ କୁ ହାତଛଡା ନକରି ଆମେ ଦୁଇଥର ଶଙ୍ଖ ଚିହ୍ନରେ ଭୋଟ ଦେବୁ । ପ୍ରଣବ ପ୍ରକାଶ ଦାସଙ୍କୁ ଲକ୍ଷାଧିକ ଭୋଟ ବ୍ୟବଧାନରେ ଜିତାଇବୁ ବୋଲି କୁଚିଣ୍ଡାରେ ପ୍ରଚାର କାର୍ଯ୍ୟକ୍ରମ ସମୟରେ ନିଜର ମତ ରଖିଛନ୍ତି ଜନତା ।

ଛେଣ୍ଡିପଦା, ଦେବଗଡରେ ପ୍ରଚାର କରିବା ପରେ ଅପରାହ୍ନରେ କୁଚିଣ୍ଡା ସ୍ଥିତ ବାମରା ଠାରେ ପହଞ୍ଚିଥିଲେ ପ୍ରଣବ ପ୍ରକାଶ ଦାସ । ହଜାର ହଜାର ସଂଖ୍ୟାରେ ଜନସାଧାରଣ ତାଙ୍କୁ ସ୍ୱାଗତ କରିବାକୁ ପୂର୍ବପ୍ରସ୍ତୁତି କରି ସାରିଥିଲେ । ବିଜୁ ପଟ୍ଟନାୟକ ଛକରେ ପହଞ୍ଚିବା ପରେ ସେଠାରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱଗର୍ତଃ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ । ଏକ ବିଶାଳ ବାଇକ ରାଲି କରି ତାଙ୍କୁ ଗୋବିନ୍ଦପୁର ସ୍ଥିତ ଖେଳପଡିଆରେ ଆୟୋଜିତ ସଭା ପର୍ଯ୍ୟନ୍ତ ପାଛୋଟି ନିଆାଯାଇଥିଲା । ସଭାରେ ଜନସାଧାରଣଙ୍କୁ ସମ୍ବୋଧନ କରି ଗତ ପାଞ୍ଚ ବର୍ଷରେ କୁଚିଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ହୋଇଥିବା ବିକାଶ କାର୍ଯ୍ୟ ସର୍ମ୍ପକରେ ବଖାଣିଥିଲେ । ରାସ୍ତା, ଖେଳପଡିଆ, ୫-ଟି ସ୍କୁଲ ଋପାନ୍ତରଣ ସର୍ମ୍ପକରେ କହିଥିଲେ । ସଭାରୁ ବିରୋଧିଙ୍କୁ ଟାର୍ଗେଟ କରି ପ୍ରଣବ କହିଥିଲେ, ବିକାଶ ବିରୋଧୀଙ୍କୁ ଋପାନ୍ତରଣ ସହ୍ୟ ହେଉନାହିଁ । ତେଣୁକରି ସେମାନେ ବିକାଶ କାର୍ଯ୍ୟକୁ ବିରୋଧ କରୁଛନ୍ତି ବୋଲି କହି ପ୍ରଣବ ପ୍ରକାଶ ଟାର୍ଗେଟ କରିଥିଲେ । ତେଣୁକରି ନିର୍ବାଚନରେ ବିକାଶ ବିରୋଧୀଙ୍କୁ ପ୍ରତ୍ୟାଖ୍ୟାନ କରି ଉଚିତ ଜବାବ ଦିଅନ୍ତୁ ବୋଲି ଆହ୍ୱାନ କରିଥିଲେ । ପ୍ରଚାର ସମୟରେ ପ୍ରଣବ ପ୍ରକାଶଙ୍କ ସହିତ କୁଚିଣ୍ଡା ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଛତ୍ରିଆ ଉପସ୍ଥିତ ଥିଲେ ।

Leave A Reply

Your email address will not be published.