ଜିଲ୍ଲା କଂଗ୍ରେସ ପକ୍ଷରୁ ହାତରେ ହାତ ଯୋଡ କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଲକାନଗିରି, ୦୩/୦୨: ମାଲକାନଗିରିରେ ଜିଲ୍ଲା କଂଗ୍ରସ ତରଫରୁ ହାତରେ ହାତ ଯୋଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ନୂଆ ମେଡ଼ିକାଲ ନିକଟରେ ଏକତ୍ରିତ ହୋଇ ଥିଲେ। ଏକ ବିଶାଳ ଶୋଭା ଯାତ୍ରାରେ ସହର ପରିକ୍ରମା କରିଥିଲେ। ପରେ ଏକ ସାଧାରଣ ସଭାରେ କଂଗ୍ରେସର ବରିଷ୍ଠ ନେତାମାନେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ମାଲକାନଗିରି ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀରେ ଆଗାମୀ ନିର୍ବାଚନରେ ଏକ ବଡ଼ ପରିବର୍ତ୍ତନ ହେବ। ଲୋକେ ଏହି ସରକାରଙ୍କ ଗରିବ ମାରଣ ନୀତିକୁ ଜାଣିଗଲେ। ଆଗାମୀ ନିର୍ବାଚନରେ କଂଗ୍ରେସ ବିପୁଳ ଭୋଟରେ ବିଜୟ ହେବା ସହ ସରକାର ଗଠନ କରିବ ବୋଲି କୁହାଯାଇଥିଲା। ଜିଲ୍ଲାରେ ଏହି କାର୍ଯ୍ୟକ୍ରମକୁ ପ୍ରଚାର ପ୍ରସାର କରାଯାଇ ସମସ୍ତେ ହାତରେ ହାତ ଯୋଡ଼ି କଂଗ୍ରେସର ହାତ ମୁଠାକୁ ଟାଣ କରିବାକୁ ଅନୁରୋଧ କରାଯାଇଥିଲା। ଏହି ଅବସରରେ ପୂର୍ବତନ ବିଧାୟକ ଭୁଜବଳ ମାଝୀ, ଶରତ ଚନ୍ଦ୍ର ବୁରୁଦା, ଜି ଶ୍ରୀନିବାସ ରାଓ, କେଶୁ ରାଓ, ପ୍ରଭାକର ପାଳ, ପର୍ଶୁରାମ ଭକ୍ତ, ଜିଲ୍ଲା ପରିଷଦ ସଦସ୍ୟ କୃଷ୍ଣ ଚନ୍ଦ୍ର ଅନୂଗୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.