ସହରାଞ୍ଚଳ ମିଶନ ଶକ୍ତି ଯୋଜନାରେ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ପୌରାଧକ୍ଷଙ୍କ ଦ୍ଵାରା ସାଇକେଲ ବଣ୍ଟନ

ମାଲକାନଗିରି: ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଓଡିଶାର ସମସ୍ତ ସହରାଞ୍ଚଳରେ ମିଶନ ଶକ୍ତି ମହିଳା ତଥା ସ୍ୱଚ୍ଛ ସାଥି, ସ୍ୱଚ୍ଛ ସୁପରଭାଇଜର, ଜଳ ସାଥି, ଆହାର ମ୍ୟାନେଜମେଣ୍ଟ SHG, FSTP, MCC ଓ MRFରେ କାର୍ଯ୍ୟରତ ସ୍ଵଂୟ ସହାୟକ ଗୋଷ୍ଠୀ ମାନଙ୍କୁ ସାଇକେଲ ବଣ୍ଟନର ଶୁଭାରମ୍ଭ କରିଥିଲେ । ଏହି ପରିପ୍ରେକ୍ଷୀରେ ମାଲକାନଗିରି ପୌର ପରିଷଦର ନଗର ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ୮୧ ଜଣ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ସାଇକେଲ ଦିଆଯାଇଥିଲା । ପୌରାଧକ୍ଷ ଶ୍ରୀ ମନୋଜ ବାରିକ ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଓ ଉପାଧ୍ୟକ୍ଷା ଶ୍ରୀମତୀ କବିତା ମାହୁନ୍ତ, ନିର୍ବାହୀ ଅଧିକାରୀ ଶ୍ରୀ କାନ୍ହୁ ଚରଣ ପଟ୍ଟନାୟକ ଓ ସମସ୍ତ କାଉନସିଲର ସହ ପୌର ପରିଷଦର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ସାଇକେଲ ପାଇଥିବା ମହିଳା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସଭା ଶେଷରେ ଧନ୍ୟବାଦ ଦେଇ ସଠିକ ସମୟରେ ସଠିକ କାର୍ଯ୍ୟ କରିପାରିବେ ବୋଲି ମତ ଦେଇଥିଲେ ।

Leave A Reply

Your email address will not be published.