ମାଲକାନଗିରି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଭୁବନେଶ୍ୱର ପୋଲିସ ବିରୋଧରେ ଥାନାରେ ଏତଲା

ମାଲକାନଗିରି: ଗତ ଫେବୃଆରୀ ୨୮ ତାରିଖ ଦିନ ଭୁବନେଶ୍ଵର ଠାରେ ରାଜ୍ୟ ପ୍ରଦେଶ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ଥ ପ୍ରତିବାଦ ରେ ବିଧାନସଭା ଘେରାଉ ସମୟରେ ଏକ ଶୋଭାଯାତ୍ରା ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଠାରୁ ପିଏମଜି ଛକ ପର୍ଯ୍ୟନ୍ତ ଯାଉଥିବା ବେଳେ ପୋଲିସ ପକ୍ଷରୁ ଅତର୍କିତ ଭାବରେ ବିଜେପି ଯୁବ ମୋର୍ଚ୍ଚା ଉପରେ ଆକ୍ରମଣ କରିଥିଲେ । ଏହାର ପ୍ରତିବାଦରେ ଆଜି ମାଲକାନଗିରି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପୋଲିସ ବିରୋଧରେ ଥାନାରେ ଏକ ଏତଲା ଦିଆଯାଇଥିଲା । ଏହି ଅବସରରେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ମାଣିକ ଲାଲ ଚକ୍ର ବର୍ତ୍ତି, ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ରତନ ବଣିକ, ବିଜେପି ଛାତ୍ର ମୋର୍ଚ୍ଚା ସାଧାରଣ ସମ୍ପାଦକ ନରସିଂହ ମାଡକାମି, ମାଲକାନଗିରି ବ୍ଲକ୍ ଉପାଧକ୍ଷ ନିରଞ୍ଜନ ହାଲଦାର, ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚା ସଭାପତି ବିଜୟ ମହାରଣା, ସଜ୍ଜୁ ସରକାର, ଦୀପକ ସାହା ଓ ପ୍ରମୁଖ ବିଜେପି ନେତ୍ରୁ ବର୍ଗ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.