ଫାଷ୍ଟାଗରେ ୧୦ ଟଙ୍କା ଅଧିକ କଟିବାରୁ ୮ ହଜାର ଟଙ୍କା ଜରିମାନା ଦେଲା ଏନଏଚଏଆଇ

ମୁମ୍ବାଇ: ସାରା ଦେଶରେ ଫାଷ୍ଟାଗ୍ ବ୍ୟବସ୍ଥା ଲାଗୁ ହୋଇଯାଇଛି । ଯଦି ଆପଣଙ୍କ କାରରେ ଫାଷ୍ଟାଗ୍ ରିଚାର୍ଜ ନାହିଁ ତେବେ ଆପଣଙ୍କୁ ଦୁଇଗୁଣା ଟୋଲ ଟ୍ୟାକ୍ସ ଦେବାକୁ ପଡିବ । କିନ୍ତୁ ଯଦି ଏନ୍ଏଚ୍ଏଆଇ ଅଯଥାରେ ଅଧିକ ଫାଷ୍ଟାଗ୍ ଚାର୍ଜ ଆଦାୟ କରେ ତେବେ କ’ଣ ହେବ ? ଗୁଜରାଟର ଜଣେ ବ୍ୟକ୍ତିଙ୍କ ଫାଷ୍ଟଟାଗ୍ ଆକାଉଣ୍ଟରୁ ଅଧିକ ୧୦ ଟଙ୍କା କାଟିନେବାରୁ ଅପଦସ୍ତ ହୋଇଛି ଭାରତୀୟ ଜାତୀୟ ରାଜମାର୍ଗ ପ୍ରାଧିକରଣ ବା ଏନଏଚଏଆଇ । ଏହାସହିତ ଏନଏଚଏଆଇକୁ ୮ ହଜାର ଟଙ୍କାର କ୍ଷତିପୂରଣ ଦେବାକୁ ପଡ଼ିଛି ।

ଘଟଣାଟି ଗୁଜରାଟ ରାଜଧାନୀ ଗାନ୍ଧୀନଗରର । ୨୦୨୦ରେ ୩୮ ବର୍ଷୀୟ ସନ୍ତୋଷ କୁମାରଙ୍କ ଆକାଉଣ୍ଟରୁ ଟୋଲ ଟିକସ ବାବଦରେ ୩୫ ଟଙ୍କା ପରିବର୍ତ୍ତେ ୪୦ ଟଙ୍କା ଆଦାୟ କରାଯାଇଥିଲା। ତାଙ୍କ ସହ ଦୁଇ ଥର ଏଭଳି ଘଟଣା ଘଟିଥିଲା। ଏଭଳି ଭାବେ ସନ୍ତୋଷଙ୍କୁ ୧୦ ଟଙ୍କା ଅଧିକ ଟୋଲ ଟିକସ ଆଦାୟ କରାଯାଇଥିଲା। ସନ୍ତୋଷ ଏହା ବିରୋଧରେ କୋର୍ଟରେ ଆବେଦନ କରିଥିଲେ, ଯେଉଁଠାରେ ମାମଲାର ଶୁଣାଣି ପରେ ଏନ୍ଏଚ୍ଏଆଇ ଦୋଷୀ ସାବ୍ୟସ୍ତ ହୋଇଥିଲା। ଏହି ମାମଲାରେ ସନ୍ତୋଷଙ୍କୁ ୮ ହଜାର ଟଙ୍କା ଜରିମାନା ଦେବାକୁ କୋର୍ଟ ରାୟ ଦେଇଛନ୍ତି।

ନିଜ ରାୟରେ କୋର୍ଟ ସନ୍ତୋଷଙ୍କୁ କଟିଥିବା ଅତିରିକ୍ତ ୧୦ ଟଙ୍କା ଫେରସ୍ତ ଦେବା ସହ କ୍ଷତିପୂରଣ ବାବଦରେ ୮ ହଜାର ଟଙ୍କା ପ୍ରଦାନ ପାଇଁ କହିଛନ୍ତି ।

Leave A Reply

Your email address will not be published.