କାଲିମେଳା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବାର୍ଷିକ ଉତ୍ସବ ପାଳିତ

କାଳିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଜଗନ୍ନାଥ ବିହାର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଚତୁରବିଂଶତ୍ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ସଭାପତି ପ୍ରକାଶ ଚନ୍ଦ୍ର ମିଶ୍ରଙ୍କ ପୌରହିତରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଏଡିଏମ ମହେଶ୍ୱର ଚନ୍ଦ୍ର ନାୟକ, ମୁଖ୍ୟ ବକ୍ତା ବିଇଓ କାଲିମେଳା, ରମେଶ ଚନ୍ଦ୍ର ବରୋଇ ,ବ୍ଲକ ଚେୟାରମ୍ୟାନ ସୁଭାଷିନୀ ସୋଡି, ବିଡିଓ କାଲିମେଳା, ଉମାଶଙ୍କର ଦଳେଇ, ତହସିଲଦାର ଚାଇନ ଗଣ୍ଡ, ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି, ପୂର୍ବତନ ବ୍ଲକ ଅଧକ୍ଷ ମାଲା ମାଢି, କାଲିମେଳା ବ୍ଲକ ବିଧାୟକ ପ୍ରତିନିଧି ଭବାନୀ ଶଙ୍କର ମୁଖାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ । ଛାତ୍ର ଛାତ୍ରୀ ମାନେ କିଭଳି ନିଜ ଜୀବନରେ ଭଲ ମଣିଷ ହେବା ସହ ଜୀବନ ଧାରାର ଲକ୍ଷ ସାଧନା କରିବା ଉପରେ ରମେଶ ଚନ୍ଦ୍ର ବରୋଇ ଉତ୍ସାହିତ କରିଥିଲେ । ସବୁ ମଣିଷଙ୍କ ଭିତରେ କିଛି ବିଶେଷତ୍ୱ ରହିଛି ଯାହାକି ପିଲାମାନଙ୍କ ଭିତରେ ଅଛି ତାହାରି ବିଷୟରେ ଏଡିଏମଓ ମହେଶ୍ୱର ଚନ୍ଦ୍ର ନାୟକ ସେ ସମନ୍ଧରେ ପିଲାମାନଙ୍କ ସମ୍ମୁଖରେ ଆଲୋଚନା କରିଥିଲେ । ସଭା ଆରମ୍ଭରେ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ବାର୍ଷିକ ବିବରଣୀ ପଠନ କରିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପିଲାମାନଙ୍କୁ ଅଥିତି ମାନେ ପୁରସ୍କାର ବିତରଣ କରିଥିଲେ । ତାପରେ ବିଦ୍ୟାଳୟର କୁନିକୁନି ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ଦେଖିବା ପାଇଁ ବହୁ ସଂଖ୍ୟାରେ ସ୍ଥାନୀୟ ଅଞ୍ଚଳବାସି ଓ ଅଭିଭାବକ ଉପସ୍ଥିତ ଥିଲେ ଏବଂ ଏହି କାର୍ଯ୍ୟକ୍ରମ ଆୟୋଜନରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।

Leave A Reply

Your email address will not be published.